ପିଲାଦିନ
ପିଲାଦିନ
କୁନି ବସିଛି ମାଆ ପିଠିରେ
ଖେଳି ହେଉଛି ଖୁସି
ଟିକି ଆଖିରେ ସଂସାର ଦେଖେ
ସମୟ ବିତେ ହସି।
ଅତୀତ ସ୍ମୃତି ମାଆ ସାଉଁଟି
ଅଧିର ହୁଏ ଆଜି
ଅଫେରା ଅଟେ ତା ପିଲାଦିନ
ନମିଳେ ଆଉ ଖୋଜି।
କୁନି ମହକେ ଅଗଣା ହସେ
ଘରର ଲକ୍ଷ୍ମୀ ସିଏ
ଫୁଲ ପରି ତା କୋମଳ ଦେହ
ଖୁଣିବ ତାକୁ କିଏ?
ପାଠ ପଢାଇ ମଣିଷ କରି
କରିବ ତାକୁ ବଡ଼
ହାରିବ ନାହିଁ ଡରିବ ନାହିଁ
ଆସିଲେ ଯେତେ ଝଡ଼।
