STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ପିଲାଦିନ

ପିଲାଦିନ

1 min
318

କୁନି ବସିଛି ମାଆ ପିଠିରେ

ଖେଳି ହେଉଛି ଖୁସି

ଟିକି ଆଖିରେ ସଂସାର ଦେଖେ

ସମୟ ବିତେ ହସି।

ଅତୀତ ସ୍ମୃତି ମାଆ ସାଉଁଟି

ଅଧିର ହୁଏ ଆଜି

ଅଫେରା ଅଟେ ତା ପିଲାଦିନ

ନମିଳେ ଆଉ ଖୋଜି।

କୁନି ମହକେ ଅଗଣା ହସେ

ଘରର ଲକ୍ଷ୍ମୀ ସିଏ

ଫୁଲ ପରି ତା କୋମଳ ଦେହ

ଖୁଣିବ ତାକୁ କିଏ?

ପାଠ ପଢାଇ ମଣିଷ କରି

କରିବ ତାକୁ ବଡ଼

ହାରିବ ନାହିଁ ଡରିବ ନାହିଁ

ଆସିଲେ ଯେତେ ଝଡ଼।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract