STORYMIRROR

Sanjya Tripathy

Fantasy

3  

Sanjya Tripathy

Fantasy

ପିଲାଦିନ

ପିଲାଦିନ

1 min
255


ଜୀବନର ଅପରାହ୍ନରେ

ମୁଁ ଖୋଜୁଥିଲି ମୋ ଶୈଶବ

ବିଲରୁ ଧାନ କେଡା କୁଳୁଜିବା

ଏବଂ ମାଛ ଧରିବା

କଂକଡା ଗାତରେ ହାତ ପୁରାଇ

ସାପ ଟାଣି ଆଣିବା

ନିଷ୍କପଟ, ଅବୋଧ ଶିଶୁର ସାମ୍ରାଜ୍ୟ

ଅଳି ର୍ଭଳିର ମହାଙ୍କୁଭ

ଶୀତ ସକାଳରେ ମହୁଲ ଗୋଟାଇଲା ବେଳେ

କିଂବା ଦିନ ଦିପହରେ ଆମ୍ବ ଝଡାଇବା ବେଳେ

ଅଳି ଅର୍ଜୁଳିର ଝଡିଉଡା ଉଡାଣରେ

ସଂଜ ଲେଉଟେ-

ସାୟାହ୍ନ ଅପରାହ୍ନରେ କିଛିଟା କ୍ରାନ୍ତି ମିଶା

ଅଭିଯୋଗ ଓ ପ୍ରତ୍ୟ ଭିଯୋଗର ସଂସାର

ମୁଢ଼ି, ମିକ୍ସଚର, ପଣା ଓ ମାଛ ବୈସିରର ସଂସାର

ଭାଇ ସହିତ ଗୋଟିଏ ଥାଳିର ଭୋଜନ

ଗୋଟିଏ ବିଛଣାର ସପନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy