ଫୁଲେଇ ଫଗୁଣ
ଫୁଲେଇ ଫଗୁଣ
ଭାରି ଅଭିମାନୀ
ଫୁଲେଇ ଫଗୁଣ
ଚିର ସବୁଜ ସେ ଋତୁରାଜ ପାଇଁ
ମମତାର ମଧୁ ଛନ୍ଦରେ
ଉଥଳ ତାର ମନ
ସ୍ବପ୍ନ ବିଭୋର ସେ
ଅଙ୍ଗେ ଅଙ୍ଗେ ଅବୀର ରଙ୍ଗ ମାଖି
ଦୋଳ ବେଦିରେ ହରିହରଙ୍କୁ ଭେଟେ
ପ୍ରୀତି ଡୋରରେ ବାନ୍ଧି
ଅବିରାଭିଷେକ କରାଇ
ନିଜକୁ ଧନ୍ୟ ମଣେ
ସେ ଅନୁଭବ ପ୍ରାଣମୟ
ଫଗୁ ରଙ୍ଗେ ହଜାଏ ନିଜକୁ
ଚୋରା ଚଇତାଳି ପରଶେ
ସେଇରଙ୍ଗେ ରଶାଣିତ ଧରା
ପାଲଟେ ନିତ୍ୟ ବୃନ୍ଦାବନ
ସ୍ନେହ ପ୍ରେମ ପ୍ରୀତି ବାଣ୍ଟି
ସମ୍ପର୍କର ସୁନ୍ଦର ପଣରେ
ବାନ୍ଧି ରଖେ ସଭିଙ୍କୁ
ସତେ ଅବା ଏକାକାର ମାଟିରୁ ଆକାଶ
ଅବୀର ରଙ୍ଗରେ
ଝରିପଡ଼େ ପ୍ରୀତି ମଧୁ
ରଙ୍ଗୀନ ମନ ନେଇ
ପ୍ରଭାତ ହସେ ମୁକ୍ତା ବରଷେ
ଆବାଳ ବୃଦ୍ଧ ବନିତା ସେ
ରଙ୍ଗେ ମତୁଆଲା
ସତରେ ତୁ ଫୁଲେଇ ଫଗୁଣ
ତୁ ଧନ୍ୟ
କିଛି ମୁହୂର୍ତ୍ତ ତୋତେ ପାଇ
ହସି ଉଠେ ସସାଗରା ଧରା
ବାଣ୍ଟିଥାଆନ୍ତି ଭାଇଚାରା
ନିରେଖି ଧରାର ରୂପ କଳ୍ପ
ଭାବେ ସତେ ଫୁଲେଇ ଫଗୁଣ
ତୋ ପାଇଁ ଏତେ
ମିଠା ଆଲୋଡନ
ରଙ୍ଗରେ ମତୁଆଲା ତୋ ପରାଣ
ସେ ଥିପାଇଁ ତୁ ଫୁକେଇ ଫଗୁଣ ll

