STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଫୁଲ ରସିଆ

ଫୁଲ ରସିଆ

1 min
181


ମୋତେ ଫୁଲ କରି ଦେ ରେ ଫୁଲ ରସିଆ

ନୀତି ଫୁଟୁଥିବି ମହକାଇ ଦେବି

ତୋ ପାଖକୁ ଯାଉ ଥିବି ନୀଳାଚଳିଆ ।


ଫୁଲ କୁ ତୁହି ଭଲ ପାଉ ବୋଲି

ତୋ ପାଖରେ ଲାଗି ହୁଏ ଟଗର ମଲ୍ଲି

ଫୁଲ ଟିଏ ଫୁଟି ଥାଏ ଦିନକ ପାଇଁ

ତୋ ପାଖରେ ଲାଗି ଯାଏ ନିଜର ହୋଇ

ତୋ ପାଦେ ରହିବି ,ତତେ ଦେଖୁ ଥିବି

ଭକତ କୁ ଦେଖୁ ତୁହି ଚକାଡୋଳିଆ ।


ଶ୍ରୀ ଅଙ୍ଗେ ଫୁଲ ଶୋଭା ପାଉଥାଏ

ତୋତେ ପାଇ ସେ ଧନ୍ୟ ହୋଇ ଯାଏ

ଫୁଲ ପରି କୋମଳ କେହି ତ ନାହିଁ

ଶୋଭା ପାଉ ଥାଏ କ୍ଷଣିକ ପାଇଁ

ଫୁଲ କରି ନେବୁ,ଆପଣାର ହେବୁ

ମିଛ ଦୁନିଆରେ ସତ ତୁ ହିଁ କାଳିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics