STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଫୁଲ ବଉଳବେଣୀ

ଫୁଲ ବଉଳବେଣୀ

1 min
392


ଆଶ୍ୱିନ ସନ୍ଧ୍ୟା ସମାପ୍ତି ଲୋ

  ଫୁଲ ବଉଳବେଣୀ

ବଉଦ ଫାଙ୍କ ରେ ଚାନ୍ଦ ହସୁଅଛି

  ଗବାକ୍ଷ ଫାଙ୍କେ ଯୁବତୀ ଲୋ

 ଫୁଲ ବଉଳବେଣୀ ।।

ଜହ୍ନି ଓଷା ହଜି ଗଲା ଲୋ

 ଫୁଲ ବଉଳବେଣୀ

ଜହ୍ନି ଓଷା ଗୀତ ଶୁଣି ଦେଲେ ପିଲେ

 କାଲା ଆଗେ ଚୋବା ମୂଳା ଲୋ

 ଫୁଲ ବଉଳବେଣୀ ।।

ଚଉରା ମୂଳଟି ଶୂନ୍ୟ ଲୋ

 ଫୁଲ ବଉଳବେଣୀ

ପାର୍କ ପିକନିକ୍ ଭୀଡ ଜମିଲାଣି 

 ମନ ହୁଏ ଛନ ଛନ ଲୋ

 ଫୁଲ ବଉଳବେଣୀ ।।

ଆଞ୍ଜୁଳି ଟେକାରେ ମନ ଲୋ

 ଫୁଲ ବଉଳବେଣୀ

ଅଣ୍ଟି ନାହିଁ ପରା ଜିନ ବାନିଅନରେ

 ଖଇକୁ ଧରିବେ କଣ ଲୋ

 ଫୁଲ ବଉଳବେଣୀ ।।

ଖେଳି ବାକୁ ମନ ପୁଚି ଲୋ

 ଫୁଲ ବଉଳବେଣୀ

ଚାପା ପ୍ୟାଣ୍ଟ୍ ପିନ୍ଧି କି ପୂଚି ଖେଳିବେ

 ପଛୁଆ ଯିବେ ଲେଉଟି ଲୋ

ଫୁଲ ବଉଳବେଣୀ ।

ପିଠା ପଣା ହଜି ଗଲା ଲୋ

ଫୁଲ ବଉଳବେଣୀ

ପିଜା ବରଗର୍ ଫାଷ୍ଟ ଫୁଡ ଯେତେ

 ମନ ତେଣେ ବଳିଗଲା ଲୋ

 ଫୁଲ ବଉଳବେଣୀ ।।

ହୁଳହୁଳି କାହିଁ ସୁପ୍ତ ଲୋ

 ଫୁଲ ବଉଳବେଣୀ

ନାଲି ରଙ୍ଗେ ହେଲା ଦି ଓଠ ରଙ୍ଗୀନ

 ଡର କାଳେ ଲିଭି ଯିବ ଲୋ

 ଫୁଲ ବଉଳବେଣୀ।

ଯୁଗ ହେଲା ଆଧୁନିକ ଲୋ

  ଫୁଲ ବଉଳବେଣୀ

ପରମ୍ପରା ସବୁ କରିଲେ ବିଲୁପ୍ତ

 ବୁଦ୍ଧି ଦିଅ ପ୍ରଭୁ ଗୋବିନ୍ଦ

ଫୁଲ ବଉଳବେଣୀ ।



Rate this content
Log in

Similar oriya poem from Inspirational