STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଫୁଲ, ବସନ୍ତ ଓ ଗଛ

ଫୁଲ, ବସନ୍ତ ଓ ଗଛ

1 min
108

ଅଦିନରେ ଦିନେ ଫୁଲ ନଅରରେ

ଫୁଲମାନେ ଗଲେ ମିଳି

ଅଭିଯୋଗ ତାଙ୍କ ସବୁ ଫୁଲ କିଆଁ

ନେଉନି ମାଳୀଟି ତୋଳି

ଯଦି କେବେ ନିଏ ଫୁଲ ତୋଳି ମାଳି

ଠାକୁରଙ୍କ ମଥାରେ ନଦେଇ ମାରୁଛି ତାଳି


ସବୁ ଫୁଲ ଗଲେ ମିଳି

ସଭାକରି ବନ୍ଦାପନା କରିବାକୁ

ବସନ୍ତେ ଆଣିଲେ ଥାଳି

ଋତୁରାଜ ସିଏ ଫଗୁ ଦେଲା ଢାଳି

ସବୁ କଢି ଫୁଟି ହେଲେ ଫୁଲ କଳି

ଗୂଂଜନେ ଶୁଭିଲା ପକ୍ଷୀର କାକଳୀ

ପୁଣି ମଧୁପର ମିଛ ଗାଳି


ମୁରୁକି ହସିଲେ ବାଳି

ବସନ୍ତ ଆଗମନ ଗୀତିକାରେ

ହୋଇକି ସର୍ବେ ମେଳି

ଆମ୍ବବଉଳର ଫୁଲ ସୁରଭିରେ

ଗଛ ପତରରେ

କିଏଦେଲା ନେଳି ବୋଳି

ସବୁଜିମା ଏତେ ସୁନ୍ଦର ଦିଶିଲା

ବସନ୍ତେ ହସିଲେ ଫୁଲ ଦୁଲାଳି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract