STORYMIRROR

Sunanda Mohanty

Abstract Drama Inspirational

4  

Sunanda Mohanty

Abstract Drama Inspirational

ଫୁଲ ଆଉ ପକ୍ଷୀ

ଫୁଲ ଆଉ ପକ୍ଷୀ

1 min
391


ପ୍ରକୃତି ବୃନ୍ତର ଦୁଇଟି କଢ଼ି

ଫୁଲ ଫୁଟି ଯାଏ ଝଡି

ପକ୍ଷୀ ଦିଏ ଡେଣା ଝାଡ଼ି

ପବନରେ ମୁଣ୍ଡ ଦୋହଲାଉ ଥାଏ

ଫୁଲ କଢି ଯେବେ ଯାଏ ବଢ଼ି

ବସା ତାର ସଦା ଦୋହଲୁଥାଏ

କେବେ ଯାଇଥାଏ ଛିଡି

ଭଲଲାଗେ ଭାରି ଫୁଲ

ଦେବତା ମୁଣ୍ଡରେ ଥିଲେ ଚଢି

ଭଲଲାଗେ ଦେଖିବାକୁ

ନୀଳ ଆକାଶରେ ପକ୍ଷୀଟିଏ ସିଏ 

ଯେବେ ଯାଏ ଉଡି ଉଡି

ଉଠରେ ପୁତା ଉଠ ଉଠ

ବେଳ ତ ଯାଉଛି ଗଡି

ପକ୍ଷୀ ଡାକିଲାଣି ନିଦ ଭାଙ୍ଗି ଉଠୁ

କୁଜନ ପକ୍ଷୀର ଶୁଭୁଛି ରଡି

କଳା କାଉ କାଆ କାଆ

କୁକୁଡ଼ା କହେ କୁକୁଡୁ କୁ

ଉଠ ଉଠ ଶେଜ ଦିଅ ଛାଡି

ଫୁଲ କହେ ମତେ ତୋଳିନିଅ ଆଜି

କାଲିକି ପଡିବି ଝଡି

ଫୁଲ ଆଉ ପକ୍ଷୀ ମଣିଷ ଜୀବନେ

ଦୁର୍ଲ୍ଲଭ ସଜୀଵ ନିର୍ଜୀବ

ରହିପାରିବକି ମଣିଷ ଏ ଦୁହିଁଙ୍କୁ ଛାଡି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract