Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAMALKUMAR DASH

Horror Tragedy

3  

KAMALKUMAR DASH

Horror Tragedy

ଫରେନ ଫ୍ରେଣ୍ଡ୍

ଫରେନ ଫ୍ରେଣ୍ଡ୍

2 mins
43


ରାକେଶ ବାବୁ ସବୁବେଳେ ଫେସବୁକରେ ଥାଆନ୍ତି ସକାଳୁ ରାତି ୧୨ଟା ଯାଏଁ | ସେ ତିନିଟା ଗ୍ରୁପର ଆଡମିନ ଓ ୫୦ ଗ୍ରୁପର ସଦସ୍ୟ | ଦେଶ ବିଦେଶରେ ଅନେକ ସାଙ୍ଗ ସାଥି | ଦିନେ ଏମିତି କଥା ହେଉ ହେଉ ପଡିଗଲେ ଗ୍ଲୋରିଆ ମିସଙ୍କ କବଳରେ | ତାପରେ ଅଧିକାଂଶ ଦିନ ସେ ମଧ୍ୟ ରାତ୍ରି ଯାଏଁ ଗ୍ଲୋରିଆ ମିସଙ୍କ ସାଥିରେ କଥା ହୋଇ ବିତାନ୍ତି | ଦିନେ ଗ୍ଲୋରିଆ ମିସ ତାଙ୍କୁ ଆମେରିକା ଆସିବାକୁ ନିମନ୍ତ୍ରଣ ବି ଦେଇଦେଲେ | ରାକେଶ ବାବୁ ବି ତାଙ୍କୁ ଭାରତ ଆସିବାକୁ କହିଲେ | ସେ ବହୁତ ଖୁସି ହୋଇଗଲେ | ତା ପର ଦିନ ରାତିରେ ସେ କହିଲେ ମାଇଁ ଡ଼ିଅର ରାକେଶ ପ୍ଲିଜ ହେଲ୍ପ ମି | ରାକେଶ ଖୁସିରେ କହିଲେ ହ୍ବାଟ ହେଲ୍ପ ଟେଲ ମି ? ସେ ଯାହା କହିଲେ ତା ଶୁଣି ରାକେଶର ମୁଣ୍ଡ ଘୁରିଗଲା | ମିସ କହିଲେ ତାଙ୍କ ସାଙ୍ଗ ପାଇଁ ପାଇଁ ଇଣ୍ଡିଆରୁ ଗୋଟେ ଆୟୁରବେଦିକ ପ୍ରଡକ୍ଟ କିଣି ତାଙ୍କ ସାଙ୍ଗ ଠିକଣା ରେ ପଠାଇବାକୁ ପଡିବ ଯାହାର ଦାମ ପ୍ରାୟ ୪ ଲକ୍ଷ ଟଙ୍କା | ରାକେଶ କହିଲା ମୋ ପାଖରେ ଏତେ ଟଙ୍କା ନାହିଁ | ମିସ ବୁଝାଇଲେ ତାଙ୍କ ସାଙ୍ଗ ପ୍ରଡକ୍ଟକୁ ଛଅ ଲକ୍ଷ ଟଙ୍କାରେ କିଣିବ | ତାପରେ ରାକେଶ ଟିକେ ରାଜିହେଲା ଦୁଇ ତିନି ଦିନ ସମୟ ମାଗିଲା | ତିନି ଦିନ ପରେ ମିସ ପୁଣି ପଚାରିଲେ, ରାକେଶ ଚେଷ୍ଟା କରୁଛି କହିଲା | ସେ ଏକ ଲକ୍ଷ ଟଙ୍କା ରାକେଶର ଆକାଉଣ୍ଟକୁ ପଠାଇଲେ | ତାପରେ ରାକେଶର ବିଶ୍ୱାସ ବଢିଗଲା | ସେ ମୁମ୍ବାଇ ଯାଇ ଚାରି ଲକ୍ଷ ଟଙ୍କାର ଆୟୁର୍ବେଦିକ ପ୍ରଡକ୍ଟ, ଗ୍ଲୋରିଆ ମିସଦେଇଥିବା ଠିକଣାରୁ କିଣିଲା ଓ ତାଙ୍କ ସାଙ୍ଗଙ୍କ ଅଡ୍ରେସରେ ପଠାଇ ଦେଲା | ଦୁଇ ଦିନ ପରେ ପ୍ରଡକ୍ଟ ମିଳିଗଲା ବୋଲି ସେ ରାକେଶକୁ ଥ୍ୟାଙ୍କସ୍ କହିଲେ , ରାକେଶ ଟଙ୍କ|ପଠାଇବାକୁ କହିଲା | ତl ପରଦିନ ମିସ କହିଲେ ପ୍ରଡକ୍ଟ ଖରାପ ତେଣୁ ସେ ରିଟର୍ଣ୍ଣ କରିଦେଉଛି | ଆଉ ଦି ଦିନ ପରେ ମିସ ଫେସବୁକରେ ନଥିଲେ ତାଙ୍କ ଫୋନ ରିଂ ହେଉ ନଥିଲା | ରାକେଶ ବାବୁ ମୁଣ୍ଡ ଆଉଁସୁଥିଲେ | ବହୁତ ଚେଷ୍ଟା ପରେ କିଛି ନହେବାରୁ ସାଇବର ସେଲରେ କମ୍ପ୍ଲେନ କଲେ | ହେଲେ ପୋଲିସକୁ ଚୋରଙ୍କର ପତା ମିଳୁନଥିଲା |



Rate this content
Log in

Similar oriya poem from Horror