STORYMIRROR

Gouri Panda

Classics

3  

Gouri Panda

Classics

ଫକୀର ମୋହନ

ଫକୀର ମୋହନ

1 min
242


ଆହେ ଫକୀର ତୁମେ ଅମର

ରହିଛ ଚୀର ଏହି ଜାତିର। 

ତୁମ ଲେଖନୀ ଭୁଲି ହୁଏନି

ଗଳ୍ପ ,କାହାଣୀ, କିଏ ଜାଣିନି? 

ଏଇ ମାଟିର ଯୋଗ୍ୟ ସନ୍ତାନ 

ଜାଣିଲ ତୁମେ ମାଆର ମନ। 

ଓଡ଼ିଆ ଭାଷା ଉନ୍ନତି ପାଇଁ 

କେତେ ଯେ କାମ ହାତକୁ ନେଇ। 

ନ ଯାଇ ଡରି, ସଂଗ୍ରାମ କରି 

ଚଳାଇ ତୁମେ ଭାଷାର ତରୀ। 

ତୁମେ ହିଁ ଅଗ୍ରେ,ଭାଷା ବିଦ୍ରୋହେ

ଓଡ଼ିଆ ଭାଷା ଅଛି ସ୍ବଦେହେ। 

ବଞ୍ଚାଇ ଅଛ ଭାଷା ଓଡିଆ 

କଥନ ଶୈଳୀ ଭାରି ବଢିଆ। 

ଥିଲା ଓଡ଼ିଆ ବିଲୁପ୍ତ ପ୍ରାୟ 

ଓଡ଼ିଆ ଜାତି ଥିଲା ତ ହେୟ। 

ତୁମେ ପରା ସେ ମହାନୁଭବ 

ଓଡ଼ିଆ ଭାଷାର ଅନୁଭବ। 

ହୃଦୟେ ବ୍ୟଥା ଓଡିଆ ପାଇଁ 

ଜୀଇଁବା ଆମେ ଓଡ଼ିଆ ହୋଇ। 

ଏହି ପୁଲକ ଭରିଲ ହୃଦେ

ଜାଗ୍ରତ ହେଲେ ତୁମରି ନାଦେ।

ତୁମରି ପାଇଁ ଆଜି ଓଡ଼ିଶା

ବଞ୍ଚିଛି ଆମ ଓଡିଆ ଭାଷା। 

ଧନ୍ୟ ହେ ବୀର ଓଡିଆ ପୁଅ 

ଓଡିଆ ଭାଷାର ଧରିଲ ଖିଅ। 

ଅବିସ୍ମରଣୀୟ ତୁମ ଦାନ

ତୁମ ପାଇଁ ଓଡ଼ିଆ ମହାନ। 

ଜନ୍ମ ନିଅ ହେ ଋଷି ମହାନ

ତୁମେ ପରା ଫକୀର ମୋହନ। 

ଘେନ ଆମର କୋଟି ପ୍ରଣାମ 

ନିଅ ଏ ଧରା ବକ୍ଷେ ଜନମ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics