STORYMIRROR

Prafulla Chandra Mishra

Inspirational Others

3  

Prafulla Chandra Mishra

Inspirational Others

ଫକୀର ମୋହନ ସ୍ମରଣେ

ଫକୀର ମୋହନ ସ୍ମରଣେ

1 min
494


ଭାଷା ଆକାଶର ଜହ୍ନ ସମାନ ଓଡ଼ିଆ ଭାଷା ଆକାଶେ

ଉଦ୍ଭାସିତ ହୋଇ ଉଜ୍ବଳ କରିଲ ଉଜ୍ବଳ କରିବା ଆଶେ-

ଆସି ସମ ମସି ଚଳାଇ ରଚିଲେ ଅଦ୍ୱିତୀୟ କଳାକାର

ଉପନ୍ୟାସ,ଗଳ୍ପ,ଗୀତରେ ମଣ୍ଡିଲ ଭାରତୀ ଗନ୍ତାଘର ।।

ବାଳୁତ କାଳରୁ ସଂସାର ଜଞ୍ଜାଳ ପିତୃ,ମାତୃ ହରା ହୋଇ

ସଂଗ୍ରାମ କରିଲ ରୁଗ୍ନ ଶରୀରେ ଦୁଃଖ ଜହର ପିଇ

ତଥାପି ହାରିଛି ସବୁ ଦୁର୍ଦ୍ଦିନ ସଂକ୍ରାନ୍ତି ପୁରୁଷ ପଦେ

ଚିର ସ୍ମରଣୀୟ ଫକୀର ମୋହନ ଏ ଜାତି ସେ ପଦେ ବନ୍ଦେ ।।

କ୍ରାନ୍ତିକାରୀ ହେ ଓଡ଼ିଆ ଜାତିର ଭାଷା ଗୈାରବ ତୁମ-

ପବିତ୍ର ଲେଖନୀ ମୁନେ, ରଚିଗଲ କାଳଜୟୀ ଲେଖାମାନ

ତୁମ ଜୟ ଜୈତ୍ରୀ ଉଡଇ ଗରବେ ଉଡୁଥିବ ସବୁଦିନ

ଯାବତ୍ ଚନ୍ଦ୍ର, ସୂର୍ଯ୍ୟ ଏହି ଜଗତରେ ହେଉଥିବେ ଚଳମାନ ।।

ବ୍ରଜ ମୋହନରୁ ଫକୀର ମୋହନ ଓଡ଼ିଆ ଭାଷାର ରାଜା

ମୁକୁଟ ବିହୀନ ରାଜଚକ୍ରବର୍ତ୍ତୀ କରୁ ଆମେ ତୁମ ପୂଜା

କର ହେ କଲ୍ୟାଣ ଭାଷା ମହାରଥୀ ଦିଅ ହେ ଆଶିଷ ଢାଳି

ଏହି ସୁଦିନରେ ତୁମରି ଦାୟାଦ କବିର ଘେନ‌ ଏ ଅଳି ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational