STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ପହିଲି ବର୍ଷା

ପହିଲି ବର୍ଷା

1 min
200


ପହିଲି ବର୍ଷା ତୁମେ ଆସିଛ ଖୁସିର ସନ୍ଦେଶ ନେଇ

ମେଘ ସାଥେ ମାଟିର ମିଳନ ଯାଇଛି ହୋଇ

ପୃଥିବୀ ରାଣୀ ରଜୋବତି ହୋଇଲା

ଯେବେ ତୁମର ସ୍ପର୍ଶ ସେ ଲଭିଲା

ତୁମରି ଆଗମନେ ପୃଥିବୀ ଶସ୍ୟ ଶ୍ୟାମଳା ହୋଇଲା

ନଦୀ ପୋଖରୀ ସବୁଠି ଜଳ ପୁର୍ଣ ହେଲା

ତରୁ ତୃଣ ରେ ଧରଣୀ ରାଣୀ ସୁନ୍ଦର 

ଦିଶିଲା

ପ୍ରଚନ୍ଦ ରୌଦ୍ର ତାପ ରୁ ମୁକ୍ତି ମିଳିଲା

ଚଷା ଭାଇ କ୍ଷେତରେ ହଳ କରିଲେ

ଧନ ମୁଗ ପରି କେତେ ଶସ୍ୟ ଦେଖିଲେ

ତୁମକୁ ଦେଖି ଗାଁ ପିଲା ଖୁସିରେ ନାଚିଲେ

କାଗଜ ଡ଼ଙ୍ଗା ବର୍ଷା ଜଳେ ଭସାଇଲେ

ତୁମେ ଆସିବାରୁ ପ୍ରକୃତି ର ଶୋଭା ବଢିଲା

ସାରା ସଂସାର ତୁମ ପାଇଁ ହସି ଉଠିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy