STORYMIRROR

ବିଜୟ କୁମାର ନାୟକ

Romance Others

4  

ବିଜୟ କୁମାର ନାୟକ

Romance Others

ପହିଲି ଭିଜା

ପହିଲି ଭିଜା

1 min
165

ଯେତେ ବୁଝାଇଲେ ବୁଝୁନି କଲମ 

ଭିଜୁଚି କାଗଜ ସାଥେ,

ମୁଁ କାଳେ, ଭିଜେ ବରଷା ରାତିରେ

ପ୍ରତିଟି ବୁନ୍ଦାର ମତ୍ତେ....୧


ମାନୁଛି ବରଷା ପ୍ରିୟ ସାଥୀ ମୋର

ସମ୍ପର୍କ ଜନ୍ମ ଜନ୍ମର,

କଲମ କହୁଚି କାଗଜ ବି ତା'ର

ଗୋଟା ପଣେ ଆପଣା ର....୨


ପହିଲି ବୁନ୍ଦାଟା ଛୁଏଁ ଯେବେ ଦେହ

ଲଗାଏ ଯେମିତି ନିଆଁ,

ବାହାରେ ବରଷା ଭିତରେ ଦହନ

ଖୋଜେ ସେ ନୂତନ ଛୁଆଁ.....୩


ଆପାଦ ମସ୍ତକ ଭିଜି ଭିଜି ଯାଏ

ତଥାପି ଶୁଖିଲା ମନ,

ଅଦେଖା ଅଜଣା ଶିହରଣ ଆଣି

ଦେଇ ଯାଏ ମିଠା ଚିହ୍ନ... ୪


ଅନୁଭବୀ ସିନା ଅନୁଭବ କରେ

ନିହାତି ଜରୁରୀ ଯାହା,

ପାଇ ପ୍ରୀତି ସ୍ପର୍ଶ ତଥାପି ଅସ୍ପର୍ଶ

ମୁଁ ଡାକେ ବରଷା ଆ...୫


ବାଦଲ ବିଜୁଳି ସାଙ୍ଗରେ ଆଣେ କି

ଆଣୁଥା ତୁ ବତାସ କୁ

ଭିଜେଇ ଦେଇ ତୁ ମେଣ୍ଟାଇ ଦେଇ ଯା

ଏ ମନର ହତାଶକୁ.....୬


ଛମ୍ ଛମ୍ ତୋର ଚଗଲା ପରଶ

ଶିର୍ ଶିର୍ ହୁଏ ଦେହ,

ରିମ୍ ଝିମ୍ ଝରି ଆଉ ତୁ ଚିଡାନି 

ଜୋରରେ ବର୍ଷି ଯାଅ....୭


ତିନ୍ତି ଯାଉ ଦେହ ଜରି ଯାଉ ମନ

ଭିଜୁ ଏ ତନୁ ଯୌବନ,

ଲିଭାଇ ଦେଇଯା ତୋ ବିନୁ ଗୋପନେ

ଅଛି ଯେତେ ସ୍ମୃତି ଚିହ୍ନ.....୮


କଲବଲ କରେ ଛଟପଟ ହୁଏ

ଅଧାପନ୍ତରିଆ ମନ,

ବିଭୀଷିକା ସମ ନକର ମିଳନ

ଭିଜୁ ବିଜୟ ମତ୍ତନ....୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance