STORYMIRROR

Satyabati Swain

Romance

3  

Satyabati Swain

Romance

ଫି ବର୍ଷ

ଫି ବର୍ଷ

1 min
361

"ଫି ବର୍ଷ"

ସତ କହୁଛି ବର୍ତ୍ତିକା !ତୁ ଭାରି ମନ ପଡୁ

ଏ ହୋଲି ଆସିଲେ

ଗାଲରେ କେହି ଅବିର

ମାଖିଦେଲେ

ମୁଁ ଭିତରେ

ଚମକି ପଡେ

ତୋ ହାତର ଅନୁଭବ

ମୋତେ ଉଦାସୀ କରି ଦିଅନ୍ତି

ତୁ ଏବେ କେଉଁଠି ଅଛୁ ବର୍ତ୍ତିକା ??

ମୁଁ ଜାଣିନି

ତୁ କେଉଁଠି ଅଛୁ

କେମିତି ଅଛୁ

ମୋତେ ମନେ ରଖିଛୁ କି ନାହିଁ

କିନ୍ତୁ ତୁ ଆସୁ ମୋ ଏକାନ୍ତ ସମୟେ

ଆଖି ବୁଜି ଅନୁଭବ କରେ ତୋତେ

ସେହି ସମୟତକ ତୁ ମୋ ପାଖରେ

ହୃଦ ନିକଟେ ଥାଉ

ତୋତେ ମୁଁ ଅଦୃଶ୍ୟରେ ସ୍ପର୍ଶ ବି କରିପାରେ

ତୋ ସହ ମଜା ମସ୍ତି ଓ ଆହୁରି କେତେକଣ

କରି ଆନନ୍ଦ ପାଏ।।


ମୋତେ ଲାଗେ ତୁ ଅଛୁ

ମୋ ଅବଚେତନ ମନ ସିନ୍ଦୁକରେ

ନାହିଁ କିନ୍ତୁ ଚେତନ ଚଟାଣରେ

ଘର ସଂସାର ଜଞ୍ଜାଳ ଭିତରେ

ଆସୁ କିନ୍ତୁ ଅବିର ରଙ୍ଗରେ

"ଫି ବର୍ଷ" ବେଶୀ ହୋଲିରେ

ଏଇ ଦିନ ତୁ ଦିଶୁ

ରେଭେନ୍ସାର ସେଇ ଝାପ୍ସା

ଦିଶୁଥିବା

ଦେବଦାରୁ ପତ୍ର ଗହଳ

ସୂର୍ଯ୍ୟ କିରଣ ଅଳ୍ପ ଆଲୁଅରେ

ବର୍ତ୍ତମାନ ମୋ ମନ କ୍ୟାମେରାରେ।

ତୁ ଉଭାନ ହୋଇଗଲୁ

ଅନେକ ବର୍ଷ

ମୋ ଜୀବନ ପରିଧିରୁ

କିନ୍ତୁ କାହିଁକି ରେ

କଣ ଅପରାଧ ଦେଖି

ମୋଠୁ ଦୂରେଇ ଗଲୁ ?


ଏମିତି ଏ ହୋଲି ଆସିଲେ

ନିଃଶବ୍ଦେ ମନ ଖୋଜେ ତୋତେ

ପୁଣି ଫେରିଆସେ ସେ ମନ

ବୁମେରାଂ ହୋଇ

ଚାଲିବାକୁ ମୋ ସହିତ

ମୋ ଛାଇ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance