Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy

4  

Bijay Prusty

Tragedy

ଫଗୁଣରୁ ଶ୍ରାବଣ ଯାଏ

ଫଗୁଣରୁ ଶ୍ରାବଣ ଯାଏ

1 min
350


ଫଗୁଣରୁ ଶ୍ରାବଣ ଯାଏ

ମନତଳେ ମୋର ହଜାରେ ଫଗୁଣ

ଦେଇଥିଲ ସଖୀ ବୁଣି

କାହିଁକି ନିର୍ଦ୍ଦୟ ହେଲ ମୋ ପାଇଁକି

ହୃଦୟକୁ ଦେଲ ହାଣି I

ଭଲ ପାଇବାର ମହା ମହୋତ୍ସବ

ପାଳୁଥିଲି ମନେ ମନେ

କେମିତି ଜାଣିବି ଏଇକଥା ଦିନେ

ଶୁଣିବି ବୋଲି ମୁଁ କାନେ I

ତୁମ ମନ ସହ ମୋ ମନ ମିଶାଇ

ଗଢିଥିଲି ସ୍ୱର୍ଗପୁର

ଜାଣି ପାରିଲିନି ପଦିଏ କଥାରେ 

ଆଖି ହେଲା ଛଳଛଳ I

ପ୍ରୀତିର ପାର୍ବଣ ପାଳିବି ବୋଲି ମୁଁ

କେତେ କରିଥିଲି ଆଶା

ବାଇ ଚଢେଇ ମୁଁ ନିରାଶ୍ରୟ ହେଲି

ଭାଙ୍ଗିଗଲା ମୋର ବସା I

ମନଖୋଜେ ଯାହା ମିଳେନାହିଁ ବୋଲି

ଶୁଣିଥିଲି ଦିନେ ସଖୀ

ମୋ କପାଳେ ବିହୀ ଲେଖିଦେଲା ତାହା

ଲୁହ ଢାଳିଲା ମୋ ଆଖି I

ତଥାପି ଲୋ ସଖୀ ପ୍ରେମର କଳସ

ମଥାରେ ରଖିଛି ଧରି

ତୁମରି ନାମକୁ ଜପାମାଳି କରି

ଭବସିନ୍ଧୁ ହେବି ପାରି I

    


Rate this content
Log in

Similar oriya poem from Tragedy