STORYMIRROR

Amulya Kumar Nayak

Classics

3  

Amulya Kumar Nayak

Classics

ଫଗୁଣର ରଂଗ

ଫଗୁଣର ରଂଗ

1 min
214


ପୀରତି ରଂଗ ଖେଳିଲା ଦିନରୁ

  ଭୁଲିଛି ରଂଗର ହୋଲି

ମନର କଥାକୁ କହିବନି ରାଧା

   ମାଆ ଯଶୋଦା ଦେବେ ଗାଳି ।।


ରଂଗ ପିଚକାରୀ ଧରିଲେ ରାଧାଲୋ

   ତୋ ଗୋରା ଦେହରେ ଦେବି ମୁଁ ବୋଳି

ଗୋପ ଗୋପାଳୁଣି ଆସିଯିବେ ଚାଲି

   ଲାଗିଯିବ ପୁଣି ତା ସାଙ୍ଗେ କଳି ।।


ପୀରତି ରଂଗଠୁ ହୋଲିର ରଂଗରେ

   କାଳି ପଡିଯିବ ତୋ ଦେହ ଗୋରା

ରାଧା ରାଧା ବେଲି କିଏ ବା ଡାକିବ

   ତୋତେ କି ଲାଗିବ ତା'ଠୁ ତୋରା ।।


ମାଆ କାନେ ଯଦି କଥାଟା ପଡିବ

   ଦେବକି ଆଉ ସେ ମତେ ଲହୁଣି

ଧନମାଳୀ ବୋଲି ଡାକ ଶୁଣିବିନି

   ରଂଙ୍କ ରତନ ମୁଁ ମଉଡ ମଣି ।।

ତମ ସାଥେ ମୋର ଏହି ଭାବ ଥାଉ

    ତମେ ଥାଅ ହେଇ ରାଧା

ଓଗାଳ ଡାକରେ ପେଟ ପରୁଥାଉ

    ଗଉଡ ପୁଅ (ମୁଁ ) ଗୋବିନ୍ଦା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics