ଫଗୁଣର ଚାହାଣୀରେ ପ୍ରିୟା ମୋର
ଫଗୁଣର ଚାହାଣୀରେ ପ୍ରିୟା ମୋର
ଫଗୁଣର ଚାହାଣୀରେ
ପ୍ରିୟା ମୋର ହସେ
ଲାଜୁଆ ଭାବନାରେ
ମନ ତାର ବସେ!!
ଫଗୁଣର ଫଗୁରଙ୍ଗେ
ଭାରାକ୍ରାନ୍ତ ମନ
ବୁଝେନି କଦାପି ସିଏ
ଭାବେ ରାତିଦିନ!!
ମୋବାଇଲ୍ ରିଙ୍ଗ୍ ରିଙ୍ଗ୍ ଶବ୍ଦ
ଶୁଭେ ଯେବେ କାନେ
ହଠାତ୍ ଚମକି ପଡେ ପ୍ରିୟା ମୋର
ସୟନେ ସପନେ!!
କେଜାଣି କିଏ କାନ ପାଖେ
ଡାକି ଦେଲାପରି
ଉଠିପଡେ ବିଛଣାରୁ
ସହଳ ସହଳ!!
ଭାବିନିଏ ବସନ୍ତ ଡାକୁଛି ଆସି
ମୃଦୁ ମଳୟକୁ ସାଥିରେ ଧରି
ବିଶ୍ବାସର ଭାବନାରେ
ଯାଏ ସେ ଆବୋରି!!

