ଫଗୁଣ ଆସିଛି
ଫଗୁଣ ଆସିଛି
ଶୀତ ପରେ ପରେ ବସନ୍ତ ଆସିଛି
କୋଇଲି ଗାଉଛି ଧିରେ
ତୁମ ମୁହଁ ସଖୀ ସୁନ୍ଦର ଦିଶୁଛି
ଚାନ୍ଦିନୀ ଚାନ୍ଦୁଆ ତାଳେ I
ଫୁଲର ସହରେ ରଙ୍ଗ ବରଷୁଛି
ପୁଲକ ଭରୁଛି ମନେ
ମହକି ଉଠୁଛି ପ୍ରୀତିର ପ୍ରାଙ୍ଗଣ
କେଇଲିର କୁହୁ ତାନେ I
ଆଖିରେ ଆଖିରେ ଅଗ୍ନିର ଶିଖା
ଜହ୍ନରେ ଲାଗିଛି ନିଆଁ
ତୁମପାଇଁ ସଖୀ ଦୋଳିଖେଳେ ମନ
ପାଇ ଫଗୁଣର ଛୁଆଁ I
ହୃଦୟତନ୍ତ୍ରୀର କୁଟିକାମ ତୁମେ
ଭଗ୍ନଶୀଳାର ମନ
କୋଣାର୍କ ନଟୀର ତନୁ ବଲ୍ଲରୀ
ମିଠା ମିଠା ପ୍ରୀତିସ୍ୱନ I

