Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ଫଗୁ

ଫଗୁ

1 min
251


ରାଧା କୃଷ୍ଣଙ୍କ ର ଭାବ ରେ ଗୋପାଳ

ଗୋପ ଗୋପୀ ଧରା ଧରି

ଲଉଡି ଖେଳରେ କଉଡ଼ି କଉଡ଼ି

ପ୍ରେମ ସାଉଁଟନ୍ତି ବରି ।

ଲଳିତା ବିଶାଖା ରାଧା ପାଟ ରାଣୀ

କୃଷ୍ଣଙ୍କ ନିକଟ ଯାଇଁ

ନାଲି ନେଇ ରଙ୍ଗ ଅଙ୍ଗ ଅଙ୍ଗ ମାରି

ପ୍ରାଣୟିନୀ ହେବାପାଇଁ ।

ରୁକ୍ମଣୀଙ୍କ ବସ୍ତ୍ର ହଳଦିଆ ପୁଣି

ରାଧାଙ୍କ ର ନାଲି ପାଟ

ଗୋପୀ ମାନଙ୍କର ମନ ନୀଳ ବର୍ଣ୍ଣ

ରସରାଜ ରାସ ହାଟ ।

ମଲ୍ଲୀ ଗଜରା କା ଗଭାରେ ମହକେ

ଗଳାରେ ରଜନୀ ଗନ୍ଧା

କେତକୀ ପାଖୁଡା ମାଳତୀ ଲତାରେ

ଦୋଳି ଖେଳୁଛନ୍ତି ଛନ୍ଦା ।

ରାଧାକୃଷ୍ଣ ପ୍ରୀତି ପରାଗ ଫଗୁଣ

ଫଗୁ ବୋଳା ବୋଳି ହେବା

ସରସ ସୁନ୍ଦର ପରାଣ ରେ ରଙ୍ଗ

ଅସଗୋ ଭରି ଦେବା ।



Rate this content
Log in