ଫଗୁ ରଙ୍ଗେ ରାଧାନାଥ
ଫଗୁ ରଙ୍ଗେ ରାଧାନାଥ
ବୃନ୍ଦାବନ କୁଞ୍ଜେ ରଙ୍ଗ ପିଚକାରୀ ଧରି
ଶ୍ରୀମତୀ ଶ୍ରୀପତି ରଙ୍ଗରେ ବିଭୋର ଭାରି
କଳାକାହ୍ନୁ ରାସେ ଲଳିତା ଐରି ।
ଚଉଦୋଳ ଠାରୁ ଦଶ ଦୋଳ ଯାଏ ହୋଲି
ଖେଳନ୍ତି ପ୍ରଭୁ ଦୋଳ ବିମାନେ ଫଗୁ ବୋଳି
ଚଉବାହା କୃପା ଦିଅ ଢାଳି ।
ମିଳନ ଆଶାୟୀ ପ୍ରଭୁ ଶ୍ରୀରାଧାଗୋବିନ୍ଦ
ନିକୁଞ୍ଜେ ଦୋଳ ବିମାନେ କରନ୍ତି ନିର୍ବନ୍ଧ
ଫଗୁ ଖେଳେ ପ୍ରୀତ ରାଧାନାଥ ।
ବରଷକେ ଥରେ ଦେଖା ଦିଅନ୍ତି ବିମାନେ
ଭାବଗ୍ରାହୀ ରାଧାକୃଷ୍ଣ ପ୍ରେମର ମଗନେ
ପ୍ରୀତିପ୍ଳୁତ ରାଇ-ନାଥ ମନେ ।
ଅପ୍ରାକୃତ ସେ ପ୍ରେମମୂର୍ତ୍ତି ରାଧାକୃଷ୍ଣ
ହୋଇଛି ପ୍ରେମରୁ ଅମୃତ ସୃଷ୍ଟି ସମ୍ଭବ
ଜୟ ଜଗନ୍ନାଥ ଲୀଳାମୃତ ।

