ଫଗୁ ଖେଳ
ଫଗୁ ଖେଳ
ବରଷକେ ଥରେ କଳା ନାଗର
କଳାଦେହେ ବୋଳି ନାଲି ଅବିର
ଭକତ ମେଳେ, ଫଗୁ ସେ ଖେଳେ
ସାତ ରଙ୍ଗ କରି ସେ ଏକାକାର
ବୁଲି ପ୍ରେମ ବାଣ୍ଟେ ବାର ଦୁଆର. l0l
ପ୍ରେମେ ବନ୍ଧା ସିଏ ପ୍ରେମ ସାଗର
ପ୍ରେମେ ବାନ୍ଧି ଥିଲା ସେ ଗୋପପୁର
ବଇଁଶୀ ସ୍ଵରେ, ପ୍ରେମ ସେ ଭରେ
ରାଧା ଗୋପବାଳି ପ୍ରେମେ ପାଗଳ
ପ୍ରେମେ ମତୁଆଲା ସେ ନନ୍ଦବାଳ. l1l
ଗାଆଁ ଦାଣ୍ଡ ଆଜି ଗୋପ ପରାଏ
ଘଣ୍ଟ, ତୁରୀ ସ୍ୱର ମନ ହଜାଏ
ବିମାନେ ବସି, ମୁରୁକି ହସି
ସାଥେ ଭକ୍ତ ସମ ଗୋପୀ ଗୋପର
ଝୁଲି ଝୁଲି ଆସେ କଳା ନାଗର. l2l
