STORYMIRROR

Kalandi pal

Inspirational

3  

Kalandi pal

Inspirational

ଫଗୁ ଖେଳ

ଫଗୁ ଖେଳ

1 min
182


ବରଷକେ ଥରେ କଳା ନାଗର

କଳାଦେହେ ବୋଳି ନାଲି ଅବିର

ଭକତ ମେଳେ, ଫଗୁ ସେ ଖେଳେ

ସାତ ରଙ୍ଗ କରି ସେ ଏକାକାର

ବୁଲି ପ୍ରେମ ବାଣ୍ଟେ ବାର ଦୁଆର. l0l


ପ୍ରେମେ ବନ୍ଧା ସିଏ ପ୍ରେମ ସାଗର

ପ୍ରେମେ ବାନ୍ଧି ଥିଲା ସେ ଗୋପପୁର

ବଇଁଶୀ ସ୍ଵରେ, ପ୍ରେମ ସେ ଭରେ

ରାଧା ଗୋପବାଳି ପ୍ରେମେ ପାଗଳ

ପ୍ରେମେ ମତୁଆଲା ସେ ନନ୍ଦବାଳ. l1l


ଗାଆଁ ଦାଣ୍ଡ ଆଜି ଗୋପ ପରାଏ

ଘଣ୍ଟ, ତୁରୀ ସ୍ୱର ମନ ହଜାଏ

ବିମାନେ ବସି, ମୁରୁକି ହସି

ସାଥେ ଭକ୍ତ ସମ ଗୋପୀ ଗୋପର

ଝୁଲି ଝୁଲି ଆସେ କଳା ନାଗର. l2l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational