STORYMIRROR

Rashmi Ranjan Nayak

Comedy

4  

Rashmi Ranjan Nayak

Comedy

ଫେସବୁକ ଓ ଜିଓ

ଫେସବୁକ ଓ ଜିଓ

1 min
163

ପରଟା ସାଙ୍ଗଙ୍କୁ ଯେମିତି ଦରକାର ଘିଅ,

ସେମିତି ସମ୍ପର୍କରେ ବନ୍ଧା ଫେସବୁକ ଓ ଜିଓ।


ଯୁବପିଢ଼ି ଆଜି ଦିନରାତି ବସି କଥା ହେଉଛନ୍ତି ମାଗଣା,

ନାହିଁ ଆଉ ସେ ପରିବାର ସାଙ୍ଗ କାନ୍ଦୁଛି ଆଜି ସେ ଅଗଣା।


ପାଠପଢା ଆଜି ମଉଳି ପଡୁଛି ସାଙ୍ଗ ଲିଷ୍ଟ ନିତି ଏଠି ବଢେ,

ଲାଇବେରି ଏଠି କାନ୍ଦୁଛି ଲୋ ମିତ ବହି ସବୁ ସେଠି ସଢେ।


କି କହିବି ସାଙ୍ଗ ଜିଓର ଗାରିମା କି କହିବି ତାହା କଥା,

ଶୁଣି ଦେଲେ ଥରେ ହେବୁତୁ ବାଇଆ ଘୁରିବ ତୋହର ମଥା।


ଦିନ ନୁହଁ ସାଙ୍ଗ ସାରା ଜୀବନକୁ ଗ୍ରାସିଛି ଯେ ଏହି ଜର,

ଦିନ ତ ଆସିବ କିଛି ନ ବୁଝି ହେବେ ଏମାନେ ଥରହର।


ଆଉ ତ ନାହଁ ସେ ଲୁଚକାଳି ଖେଳ ନାହିଁ ଆଜି ଲମ୍ବା ଡିଆଁ,

ସବୁ ଆଜି ପୋଡି ଛାରଖାର ହେଲା ଜିଓ କଲା କି କିମିଆଁ।


ବଦଳିବା ଏଠି ଭଲ କଥା ଟିଏ ଯଦି ଦିଏ ନାହିଁ କଷ୍ଟ,

ଏ ନୁଆ ଯୁଗ ବଦଳେ ଏମିତି ସବୁହେବେ ପଥଭ୍ରଷ୍ଟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy