STORYMIRROR

Ashok Kumar Pradhan

Abstract

3  

Ashok Kumar Pradhan

Abstract

ଫେରା ଫଗୁଣ

ଫେରା ଫଗୁଣ

1 min
230

ବସନ୍ତ ଆଗମେ ସୁରଭି ସୁଗମେ

ଚହଟ ଚମକେ ଧରା,

ତରୁ ପଲ୍ଲବିତ ଫଗୁଣ ଆସନ୍ତେ

ପ୍ରେମେ ହୁଏ ଆତ୍ମହରା ll


ଆମ୍ର ବକୁଳ କାନନେ ପୁରିତ

ମହମହ ହୋଇ ବାସେ,

କୁଆଁରୀ କନିଆଁ ପହିଲି ଫଗୁଣେ

ଖିଲିଖିଲି ହୋଇ ହସେ ll


ରଙ୍ଗ ଅବିର ମୁରୁଜ ଢାଳେ

ଯେଝା ବାସ ଅଗଣାରେ,

ଦୋଳଭାଡି ଯେହ୍ନେ ଝଲମଲ ଦିଶେ

କାହ୍ନୁ ରାଈ ସଙ୍ଗତରେ ll


କୁହୁ କୁହୁ ତାନେ କୋଇଲି ଗାଏ ଲୋ

ନିରତ ପଞ୍ଚମ ସୁରେ,

ପରଶେ କଳିକା ପ୍ରସ୍ଫୁଟିତ ହୋଏ

ନବ ଦିଗନ୍ତ ସମ୍ଭାରେ ll


ସବୁଜ କାୟା ବିସ୍ତାରି ବନାନୀ

ବକ୍ଷେ ଆଲିଙ୍ଗନ କରେ,

ସୁପ୍ତ ଭାବନା ବିକ୍ଷିପ୍ତ ହୁଏ

କାହା କଲମ ମୁନରେ ll


ଧରା ରାଣୀ ହସେ ଧାରୁଆ ହସ ଲୋ

ମନ ତୃପ୍ତି ଆନନ୍ଦରେ,

ଫେରିଛି ଫଗୁଣ ପ୍ରେମରେ ମଗନ

କିଶଳୟ ବିଭବରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract