STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ଫାଶୀ

ଫାଶୀ

1 min
222

ଏ ଲମ୍ପଟତାକୁ ଦେଇ ପାରିବ କି ଫାଶୀ

ଏ କାମାତୁର ମନକୁ ଦେଇ ପାରିବ କି ଫାଶୀ

ଯଦି ଉତ୍ତର "ନା ଅସମ୍ଭବ"

ତେବେ ଏ ଫାଶୀକୁ ଡର କାହିଁକି

କେବେ ବୁଝିଛ ସେ ସଜ ଫୁଟା ଫୁଲଟିର ମନକୁ

କେବେ ଦେଖିଛ ସେ ବୁକୁ ଫଟା ଲୁହକୁ

ଯଦି ଉତ୍ତର "ନା ମୋର କି ଦରକାର

ତେବେ ସେ ଫୁଲଟିକୁ ପାଦରେ ଦଳିଲ କାହିଁକି

ପାରୁଛ ଯଦି ଫାଶୀ ଦିଅ ତୁମ ପାଶବିକ ପ୍ରବୃତ୍ତିକୁ

ପାରୁଛ ଯଦି ଫାଶୀ ଦିଅ ତୁମ କ୍ଷୁଧାତୁର ଶରୀରକୁ

ଯଦି ଉତ୍ତର "ନା ଦେଇ ହେବ ନାହିଁ"

ତେବେ ଏ ଫାଶୀକୁ ଡର କାହିଁକି

ଦେଖାଇ ଦିଅ ଆଉ ଥରେ ତୁମ ପୁରୁଷତ୍ଵର ପରାକାଷ୍ଠା

ଖୁସିରେ ନତ ମସ୍ତକ ହୁଅ ଜହ୍ଲାଦ ଆଗରେ

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract