STORYMIRROR

ବଳରାମ ବାରିକ

Inspirational

3  

ବଳରାମ ବାରିକ

Inspirational

ପେଟ ପୋଷ ନାହିଁ ଦୋଷ

ପେଟ ପୋଷ ନାହିଁ ଦୋଷ

1 min
137




ସରକାର ଦେବ, ସାହୁକାର ନେଲା ଆମେ ହେଲୁ ସର୍ବହରା।

ମୋତେ ଦେଲେ ନାହିଁ,ସେ ଖାଇଗଲା ଉପରକୁ ଚାହିଁ ଟେରା।


କିଛି ଧନ୍ଦା ନାହିଁ ବଞ୍ଚିବା ମୁସ୍କିଲ ,ଗରିବୀ ଦେଲାଣି ପରା ଘାଣ୍ଟି।

ଯିଏ ଦେବ ମୋତେ ମାଗଣାରେ ସବୁ ତାକୁ ମତ ଦେବି ଭେଟି।


ଯୁବକ ମିଶେ ଯୁବ ବାହିନୀରେ ପେଟି କଣ୍ଟ୍ରାକର ଆଶା ଧେୟ।

ଆଉ ଯେତେ ସବୁ ରାଜନୈତିକ ଗୁଣ୍ଡା କରିବାକୁ ଜୟ ଜୟ।


ବେକାରୀ ଅଟଇ ଚୋରିର କାରଣ କହନ୍ତି ଯେ ମହାପୁରୁଷ।

ଚାକିରୀ କିଏ ତୁମ ଘରେ ଆଣିଦେବ ଦେଖାଅ ଟିକେ ପୌରୁଷ।


କୌଳିକ ବୃତ୍ତି କୁ ଗୋଇଠା ମାରିଲ କହି କରି ଛୋଟ କାମ ।

ଚାଇନା ବିକୁଛି ମାଟି ପାତ୍ର ଦେଶେ ଲାଗୁନି ମୋତେ ସରମ।


ଭଣ୍ଡାରୀ କାଟୁନି ବାଳ ,ଭାଇ ଏଠି ଗୋଉଡ଼ ଦୁହୁଁ ନି କ୍ଷୀର।

ଗୁଡ଼ିଆ ଭାଜୁନି ମୁଢି ଆଉ ଏଠି ପବନ ବିକାଳିର ପକେଟ ଭର।


ସରକାରୀ ଚାକର ହେବା କଷ୍ଟକର ପୂର୍ବ ଜନ୍ମ ପୁଣ୍ୟ ଲୋଡ଼ା।

ବେସରକାରୀ ବୃତ୍ତି ଅଟେ ଦୁଃଖପୂର୍ଣ୍ଣ ମିଳେ ଅଦିନେ ଯେ ତଡ଼ା।


ମେଣ୍ଟାଇବାକୁ ଗୁଜୁରାଣ ନିଜ ,କର ଭାଇ ପ୍ରଚଣ୍ଡ ସଂଘର୍ଷ।

ଛୋଟ ବଡ଼ କିଛି ନାହିଁ କର୍ମେ ପୁଣି ପେଟ ପୋଷ ନାହିଁ ଦୋଷ।


✍️ବଳରାମ ବାରିକ

ନଟିଲ ,ଯାଜପୁର/ଝାରସୁଗୁଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational