STORYMIRROR

BHAGABANA NAIK

Children

3  

BHAGABANA NAIK

Children

ପେଟ ପାଇଁ ଶିଶୁ ପଡ଼ିଛି ବନ୍ଧା

ପେଟ ପାଇଁ ଶିଶୁ ପଡ଼ିଛି ବନ୍ଧା

1 min
304


ଉଚ୍ଛେଦ ହେଉ ଶିଶୁଶ୍ରମିକ ଏଠି

 ଲିଭିଯାଉ ଯେତେ ନିର୍ଯ୍ୟାତନା,

ଶିକ୍ଷା, ସ୍ୱାସ୍ଥ୍ୟ ସଙ୍ଗେ ସୁରକ୍ଷା ଦିଅ ହେ

 ପୂର୍ଣ୍ଣ ହେଉ ତାର ମନୋକାମନା।

ଟିକି କଢି ପରି ଛୋଟ ଶିଶୁଟିଏ

ବିକାଶ ପଥ ତା' ଅନେକ ବାକି,

ପ୍ରସ୍ଫୁଟିତ ହୋଇ ସୁରଭି ବାଣ୍ଟିବ 

ସମୟ ପୂର୍ବରୁ ବ୍ୟଗ୍ର କାହିଁକି?

 ଟିକି ଚଢେଇର ଟିକି ଡେଣା ପରି 

ଖଣ୍ଡିଉଡା ତା'ର ସରିନି ଜମା, 

ପଠନ, କ୍ରୀଡନ ବାଧାପ୍ରାପ୍ତ ହୁଏ 

ନାନା ରୂପେ ଦିଅ ନିର୍ଯ୍ୟାତନା। 

ଗୃହ, ଇଟାଭାଟି, ପଥର ଖୋଦାନ 

କଳ କାରଖାନା ସବୁଠି ଧନ୍ଦା, 

ଆଇନିର ହାତ ଶକ୍ତ କି ନିରସ୍ତ୍ର? 

ପେଟ ପାଇଁ ଶିଶୁ ପଡିଛି ବନ୍ଧା।

ମୁଖାପିନ୍ଧା ଭଦ୍ର, ସଭ୍ୟ, ଶିକ୍ଷିତ 

ମୁଖାତଳେ ଖେଳେ ବର୍ବରତା, 

ଶିଶୁ ନିର୍ଯ୍ୟାତନା , ଧର୍ଷଣ, ତାଡନା 

ଆଜି ଦିନରେ ତ ମାମୁଲି କଥା।

ଶିଶୁ ହିତେ ଯଦି ଏତେ ଆୟୋଜନ 

ଅନେକ ଯୋଜନା ଶିଶୁ ପାଇଁ କି, 

କୁପୋଷଣ ମୁକ୍ତ ନୋହି ସାରା ବିଶ୍ୱ 

ଖାଦ୍ୟ ବିନେ ଶିଶୁ ମୃତ୍ୟୁ କାହିଁକି? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children