ପଦଟିଏ ତୋ ନାଁରେ ପ୍ରିୟା ୨୮
ପଦଟିଏ ତୋ ନାଁରେ ପ୍ରିୟା ୨୮


ଏ କଥା ନିରାଟ ସତ ଯେ
ତୁମେ ଖୁବ ସୁନ୍ଦର ।
ଠିକ ଯେମିତି
ଆଖି ଆଗରୁ ଦିଗବଳୟ ପର୍ଯ୍ୟନ୍ତ
ବ୍ୟାପି ଯାଇଥିବା
ଗୋଟେ ଗୋଲାପ ବଗିଚା ;
ଠିକ ଯେମିତି
ଅମବାସ୍ୟାର ଅନ୍ଧକାର ଭିତରେ
ଦିଗନ୍ତ ବିସ୍ତାରୀ ତାରାଙ୍କର ଶୋଭା ।
କିନ୍ତୁ ଏହା ବି ସତ୍ୟ ଯେ
ଏ ନିରାଟ ସତ୍ୟ କା’ ଓଠରୁ ଝରିଲେ
ମୋତେ ବିଷ ତୁଲ୍ୟ ଲାଗେ ;
ବିଷଧର ସର୍ପ ପରି ମୁଁ ପାଲଟି ଯାଏ
ସତ୍ୟତାର ଚିର ଶତ୍ରୁ ।
ଏ ସତ୍ୟ ବଖାଣିବାର ଅଧିକାର କେବଳ
ମୋର ହିଁ ଥାଉ ,
ଏ ସତ୍ୟ କେବଳ
ମୋ ଓଠରେ ଥାଉ ।