STORYMIRROR

Sudhanjali Mishra

Romance

4  

Sudhanjali Mishra

Romance

ପଦଧ୍ବନି

ପଦଧ୍ବନି

1 min
141


ଏଇ ଯେ କାହର ଧିର ପାଦଶବ୍ଦ

ଶୁଭୁଅଛି ମୋର କାନେ

ଥିରି ଥିରି ବହେ ମଳୟ ପବନ

ମୋହୁଅଛି ପ୍ରତିକ୍ଷଣେ ......।

ଭାସି ଆସେ ଦୂରୁ ସଂଗୀତ ମୂର୍ଚ୍ଛନା

ରହି ରହି କ୍ଷୀଣେ ଶୁଭେ

ଲାଗୁଛି ବସନ୍ତ ଆସୁଛି କି ସତେ

ନିରନ୍ତର ବସି ଭାବେ ......।

ପ୍ରକୃତି ଶୋଭିତା ମହୀ ବିମଣ୍ଡିତା

ଅଳି (ର)ମୃଦୁ ଗୁଞ୍ଜରଣ

ଧରଣୀ ରାଣୀ କି ସତେ ପୂର୍ଣ୍ଣଗର୍ଭା

ଆନନ୍ଦରେ ସମୀରଣ .....।

ଯୌବନ ତରଙ୍ଗ ଖେଳେ ଅଙ୍ଗେ ଅଙ୍ଗ

ରାଧାରାଣୀ ବିବସନା

କୁଞ୍ଜେ କେଳିରାସ ସଙ୍ଗେ ପୀତବାସ

ଫଗୁରଙ୍ଗେ ଆନମନା ....।

ପ୍ରକୃତି ପୁରୁଷ ମିଳନର ମାସ

ପଦଧ୍ବନି କହିଦିଏ

ବସନ୍ତ କହୁଛି ଆସିଛି,ଆସିଛି

ମିଳନର ଋତୁଟିଏ .....।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance