ପବିତ୍ର ପ୍ରେମ
ପବିତ୍ର ପ୍ରେମ


ଦେଖିଛି ପୁର୍ବରୁ ଦେଖିବି ବି ପରେ,
ମନ ବୁଝେ ନାହିଁ ଦେଖେ ଆଉ ଥରେ ।
ଚିରନ୍ତନ ତୁହି ସକଳ ସୁନ୍ଦରୀ,
ଗୁଣ ଯେଣୁ ତୋର ଶୋଭା ଶତସିରୀ ।
ମିଷ୍ଟଭାଷୀ ଯେହୁ ବାକ୍ୟେ ମଧୁମୃତ,
ମରି ବି ଅମର ସଦା ମୁଁ ଯେ ପ୍ରୀତ।
ସରଳ ଯେହେତୁ ତୋ ହୃଦ କୋମଳ,
ରାଗି ବି ନ ରାଗେ ହୋଇଯାଏ ଭୋଳ।
ସଦାଚାରୀ ତୁହି ସଦା ବିମୋହିତ,
ବୁଝେ ନାହୁଁ କିଛି କରୁ ପରହିତ ।
ଜାଣେ ନାହିଁ କାହିଁ କି ମାୟା କରିଛି,
ଯିବି ଯିବି ଭାବେ ଯାଇ ନ ପାରିଛି ।
ଜାଣେ ନି ମୋ ଭାଗ୍ୟ କିବା ଭବିଷ୍ୟତ,
ହୋଇପାରେ ଧନୀ,ମାନୀ କି ଆଶ୍ରିତ।
ପାଇପାରେ ଅବା ମାନ ଅପଯଶ,
ତଥାପି ହୃଦୟ ହେବନି ମୋ ତୋଷ ।
ହେଲେ ବି ମୋ ହୃଦେ ତୋର ଶ୍ରେଷ୍ଠ ସ୍ଥାନ,
ଜାଣେ ନି ଜୀବନେ କିଏ ଦେବ ମାନ ।