Shop now in Amazon Great Indian Festival. Click here.
Shop now in Amazon Great Indian Festival. Click here.

Balabanta Swain

Romance Classics Others

4.5  

Balabanta Swain

Romance Classics Others

ପ୍ରେମ

ପ୍ରେମ

1 min
46



ପ୍ରେମ କାହା ପାଇଁ ସ୍ମୃତିଭରା ହସ,

କାହା ପାଇଁ ଦୁଖଃଭରା ।

ପ୍ରେମ କାହା ପାଇଁ ଖରାବେଳ ସ୍ବପ୍ନ,

କାହା ଆଖିର ସେ ତାରା ।।

ପ୍ରେମ କାହା ପାଇଁ ତ୍ୟାଗ ଓ ପ୍ରେରଣା,

କାହା ପାଇଁ ଉନ୍ମାଦନା ।

ପ୍ରେମ କାହା ପାଇଁ ଈଶ୍ୱରଙ୍କ ଦାନ,

କାହା ପାଇଁ ସେ ଛଳନା ।।

ପ୍ରେମ କାହା ପାଇଁ ସତ୍ୟ ଓ ଶାଶ୍ୱତ,

କାହା ପାଇଁ ସେ ବାହାନା ।

ପ୍ରେମ କାହା ପାଇଁ ସରଗଠୁ ବଡ,

କାହା ପାଇଁ ସେ ଅଚିହ୍ନା ।।

ପ୍ରେମ କରି କିଏ ପାଏ ସବୁଖୁସି,

କିଏ ପ୍ରତାରଣା ପାଏ ।

ଦେବାରେ ଆନନ୍ଦ ବୁଝେ ହୃତସ୍ପନ୍ଦ,

ପ୍ରେମର ନିୟମ ଇଏ ।।

ତଥାପି ମଣିଷ କରେ ଏଠି ପ୍ରେମ,

ବିଶ୍ୱାସକୁ ସାଥେ ନେଇ ।

ବିଶ୍ୱାସ ନଥିଲେ ପ୍ରେମ ଅସମ୍ପୂର୍ଣ୍ଣ,

ନାଉରିଆ ବିନା ନଈ ।।



Rate this content
Log in

Similar oriya poem from Romance