STORYMIRROR

Ajit Kumar Raut

Inspirational Others

4  

Ajit Kumar Raut

Inspirational Others

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
265


ଜୀବନରେ ଆସେ ଅପୂର୍ବ ସମୟ


ପବିତ୍ର ବିବାହ ଦିନ,


ଶୁଭ ମୂହୁର୍ତ୍ତରେ ହାତ ଗଣ୍ଠି ପଡେ


ଆସେଟି ଶୁଭର ଦିନ।୧।


ଦାମ୍ପତ୍ୟ ଜୀବନ ଶୁଭାରମ୍ଭ ହୁଏ


ପତ୍ନୀପତି ରୂପେ ତହିଁ,


ଅତି ମନରମ ଉତ୍ସାହରେ ଭରା


ପବିତ୍ର ଉତ୍ସବ ଯହିଁ।୨।


ଜୀବନର ସ୍ବପ୍ନ ସାକାର କରନ୍ତି


ପତ୍ନୀପତି ମିଶି ଦୁହେଁ,


ସାଂସାରିକ କାର୍ଯ୍ୟେ ସମର୍ପଣ ଭାବ


ବଳୁଥାନ୍ତି ନିତ୍ୟେ ଦୁହେଁ।୩।


ପତ୍ନୀ କରେ ସେବା ଶାଶୁଶଶୁରଙ୍କ


କର୍ତ୍ତବ୍ୟହିଁ ନିଜ ଭାବି,


ପତି କରୁ ଥାଏ ପରିଶ୍ରମ ଅତି


ଗୄହ ଆବଶ୍ୟକ ଭାବି।୪।


ପ୍ରଭୁ ପଦେ ନିତ୍ୟେ ଭକ୍ତି ରଖି ଥାନ୍ତି


ଗୄହସ୍ତ ମଙ୍ଗଳ ପାଇଁ


ପ୍ରଭୁ ଆଶୀର୍ବାଦେ ପୁତ୍ର ହିଁ ଟି ହୁଏ


ଭକ୍ତଙ୍କ ଭକ୍ତିର ପାଇଁ।୫।


ଆନନ୍ଦ ଉଲ୍ଲାସ ଭରି ଉଠେ ଗୄହେ


ପୁତ୍ରର ଜନ୍ମର ଦିନ,


ଶାଶୁ ଶଶୁରଙ୍କ ଖୁସିର ଠିକଣା


ଅତି ଉତ୍ସାହର ଦିନ।୬।


ପତି ହେଉ ଥାଏ ଆନନ୍ଦେ ଅପାର


ପତ୍ନୀକୁ କୁହେଟି ଧିରେ,


ଧନ୍ୟବାଦ ମୋର ପତ୍ନୀ ହିଁ ତୁହିରେ


ଖୁସି ଭରି ଦେଲୁ ମୋରେ।୬।


ଗୄହସ୍ତ ସଙ୍ଗରେ ବନ୍ଧୁ କୁଟୁମ୍ବରେ


ଆନନ୍ଦ ଆଣିଲୁ ତୁହି,


ସବୁ ଗୁଣେ ପ୍ରୀୟେ ଅଳଙ୍କୃତ ହେଲୁ


କର୍ତ୍ତବ୍ୟ ଯୋଡିଲୁ ତୁହି।୭।


କଳ୍ପନା ମୋହର ସାକାର କରିଲୁ


ପତ୍ନୀ ତୋର ପରି ନାହିଁ,


ବାପା ମାଆଙ୍କର ସେବାକୁ କରିଲୁ


ପୂର୍ଣ୍ଣ ଅର୍ଜି ଅଛୁ ତହିଁ।୮।


ପ୍ରେମ ଭକ୍ତି ଶ୍ରଦ୍ଧା ଜୀବନେ ଭରିଲୁ


ଭୁଲିକି ପାରିବି ମୁହିଁ,


ସବୁ କାଳେ ମୋର ପତ୍ନୀ ହିଁ ରହିବୁ


ଅଭିଳାଷା ଅଛି ତହିଁ।୯।


ଜୀବନରେ ଆସେ ଅପୂର୍ବ ସମୟ


ପବିତ୍ର ବିଭାର ଦିନ,


ଶୁଭ ମୂହୁର୍ତ୍ତରେ ହାତ ଗଣ୍ଠି ପଡେ


ଆସେଟି ଶୁଭର ଦିନ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational