STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ପବିତ୍ର ଭାରତ ବର୍ଷ

ପବିତ୍ର ଭାରତ ବର୍ଷ

1 min
13K


ପବିତ୍ର ଭାରତ ଭୂଇଁ

ପବିତ୍ର ଅମୃତ ନୀର ସମୀର

ପୂତ ଅଂଶୁମାଳୀ କର ,

ପୁଣ୍ୟ ପବିତ୍ର ବିଧୁ ଚନ୍ଦ୍ରିକା

ଝରେ ଜାହ୍ନବୀ ଧାର ।।

ହିମାଳୟ ଲୀଳା ଭୂଇଁ

ଅଛି ଯହିଁ କଇଳାସ ଭୂବନ

ଗଙ୍ଗାଧର ତ୍ରିଲୋଚନ,

ହିମଗିରି ମଧ୍ୟେ ଭାରତ ମାତାର

କରେ ମଉଳି ମଣ୍ଡନ ।।

କୁମାରୀକା ନିତି ଧୁଏ

ହରଷେ ମା’ର ପଦ କମଳ

ପୂରୁବେ ପଶ୍ଚିମେ ନାଦ,

ବ୍ରହ୍ମରୁ ଶୁଭଇ ଅମୀୟ ରାଗ

ପ୍ରଣବ ଓଁକାର ଶବ୍ଦ ।।

ସରଗୁ ପାତାଳ କେତେ

ପୁଣ୍ୟ ପୟୋଧାର ହୁଏ ପ୍ରବାହିତ

ପବିତ୍ର ଏ ଧରା ବୁକେ,

ପ୍ରବାହେ ସମୃଦ୍ଧ ଶାଳିନୀ ପୁଷ୍ଟ

ପ୍ରକୃତି ସୁନ୍ଦର ଦିଶେ ।।

ଧମନୀ ଶିରା ପ୍ରଶିରା

ସମ ଗଙ୍ଗା, ଗୋଦାବରୀ ଓ କାବେରୀ

ଭାର୍ଗବୀ,ଶାଳିଆ ଧାରା,

ପ୍ରବାହିତ ପ୍ରାଣୀ ହିତ ସାଧେ ସେ ତ

ସବୁଜିମା କରେ ଧରା ।।

ତାଳ,ତମାଳ, ମାଳତୀ

ଗଛ,ଲତା,ଗୁଳ୍ମ,ତରୁ,ବୃକ୍ଷ,ଦ୍ରୁମ

ଫୁଲ,ଫଳ ପୂର୍ଣ୍ଣ କାନ୍ତି,

ସବୁଜ ବରଣୀ ଭାରତ ଜନନୀ

ତା ପରେ କୋଟି ଜୁହାର ।।

ପବିତ୍ର ଭାରତବର୍ଷ

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational