STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ପୌରୁଷର ପରିଚୟ

ପୌରୁଷର ପରିଚୟ

1 min
151

ଶକ୍ତି ସାହସ ଓ ବିଶ୍ୱାସ ହିଁ ସାର

ଜୀବନର ଚଲାପଥେ,

ନିର୍ଭୟ ହେବା ହିଁ ଉଚିତ ପୌରୁଷ

ବିପଦର ଘନ ନିଶିଥେ। 


ପୌରୁଷ ନୁହେଁ ନିଜ ଅଧିକାର

ଅନ୍ୟ ପରେ ଦେବା ଥାପି,

ଅହଙ୍କାର ନୁହେଁ ତାର ପ୍ରତିଶବ୍ଦ

ବୁଝିବା ଜୀବନ ବ୍ୟାପି। 


ପୌରୁଷ କେବଳ ନୁହେଁ ପୁରୁଷର

ଦମ୍ଭ ବଳ ବୀର୍ଯ୍ୟ ଗାଥା,

ନାରୀଟିଏ ମଧ୍ୟ ପ୍ରମାଣିତ କରେ

ନିଜ ଦୃଢ଼ ଦାମ୍ଭିକତା। 


ଜୀବନ ମାନେ ହିଁ ଦୁଃଖ ଓ ଦୁର୍ଦ୍ଦଶା

ସମସ୍ୟାର ଗନ୍ତାଘର,

ସବୁ ବାଧା ବିଘ୍ନ ଅତିକ୍ରମ କରି

ବଞ୍ଚିବା ଜୀବନ ସାର। 


ହାରିଯିବା କେବେ ମଣିଷ ଜୀବନେ

ନୂଆ କଥାଟିଏ ନୁହେଁ,

ହାରିଗଲା ପରେ ଶୋକେ ଘାରିହେବା

ପୌରୁଷ ଲକ୍ଷଣ ନୁହେଁ। 


ଭାଗ୍ୟ ଭରସାରେ ସବୁ ଛାଡ଼ି ଦେଇ

ବସିବା କାପୁରୁଷତା,

କର୍ମ ହିଁ ଜୀବନ ଜିତିବା କାରଣ

ଉଚିତ ସେ ପୌରୁଷତା। 


ନିଜେ ବଞ୍ଚିଯିବା କେବଳ ବି ନୁହେଁ

ପୌରୁଷର ପରିଚୟ,

ଘର ପରିବାର ସମାଜକୁ ନେଇ

ବଞ୍ଚିବା ଜୀବନ ଜୟ। 



Rate this content
Log in

Similar oriya poem from Abstract