STORYMIRROR

BULU BEHERA

Inspirational

3  

BULU BEHERA

Inspirational

ପାଉଁଶ

ପାଉଁଶ

1 min
186

ସତ୍ୟଯୁଗ ଠାରୁ ଆରମ୍ଭ କରି

କଳିଯୁଗ ପର୍ଯ୍ୟନ୍ତ,

ଦେବତା ଠାରୁ ଆରମ୍ଭ କରି

ମାନବ ପର୍ଯ୍ୟନ୍ତ l

କେହି ଜଣେ ମଧ୍ୟ ଏଥିରୁ

ବାଦ ଜମାରୁ ପଡ଼ିନାହାନ୍ତି

ଆସିଛନ୍ତି ଆମେ ଏକା

ଗଲାବେଳେ ସବୁ ଏକା 

ଏ ଜୀବନଟା ଅଟଇ

ଗୋଟିଏ ପାଣି ଫୋଟକା l

କିଏ କେତେ ଦିନ ପାଇଁ

ଏହି ସଂସାରକୁ ଆମେ ଆସିଛନ୍ତି

ଯାହାର ଅଭିନୟ ସରିଲା

ସିଏ ସବୁଦିନ ପାଈଁ ଏହି

ରଙ୍ଗମଞ୍ଚରୁ ବିଦାୟ ନେଲା

ଏମିତି ସଂସାରରେ କେହି

ରହିନାହାନ୍ତି କି ରହିବେ ମଧ୍ୟ ନାହିଁ

ସମସ୍ତେ ନିଜ ନିଜର ଅଭିନୟକୁ

ଦିନେ ନା ଦିନେ ସାରିବାକୁ ପଡିବ 

ଯାହାର ଅଭିନୟ ସରିଲା ପରେ 

ତାର ମର ଶରୀରକୁ ମଶାଣୀକୁ ନେଇ

ଅଗ୍ନି ସଂଯୋଗ କରିଦେଲେ ସବୁ ସରିଲା

ଆତ୍ମା ଶାନ୍ତି ହେବା ସଙ୍ଗେ ସଙ୍ଗେ

ସମ୍ପୂର୍ଣ ରୂପେ ଜଳି ପୋଡି ପାଉଁଶ ହୋଇଯାଏ

 ଆମେ ଯେତେ ସବୁ ଅଛନ୍ତି ମନୁଷ୍ୟ

ମରିଗଲା ପରେ ଦିନେ ହୋଇବା ପାଉଁଶ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational