Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ପାଉଁଶ ତଳର ସ୍ବପ୍ନ

ପାଉଁଶ ତଳର ସ୍ବପ୍ନ

1 min
416


ପାଉଁଶ ତଳେତ ପୋତି ହୋଇଗଲା

ହଜାରେ ଆଖିର ସ୍ବପ୍ନ

ଅକାଳରେ କାଳ ଝାମ୍ପି ନେଇଗଲା

କଞ୍ଚା ବୟସର ମନ ।


ପାଉଁଶ ଉପରେ ପାଉଁଶର ଗଦା

ଗଦା ହୋଇଥାଏ ଶବ

ଭାବ ଖୋଜିବାକୁ ସମୟ ଅଭାବ

ସାତସିଆଁ ଭାବନାବ ।


ଛେଉଁଣ୍ଡ ଛୁଆଙ୍କୁ ଅନେଇ ହେଉନି

ସମ୍ଭାଳି ହେଉନି କୋହ

ପାଉଁଶ ହୋଇଲା ସପନ ତାଙ୍କରି

କିଏ ପୋଛିଦେବ ଲୁହ।


ବୁଢା ବାପା ମାଆ କାନ୍ଧ ରେ ବୋହିଲେ

ପୁଅ ବୋହୂଙ୍କର ଶବ

ପାଉଁଶ ହୋଇଲା ସପନ ତାଙ୍କର

ଧୋଇଗଲା ସବୁ ରଙ୍ଗ ।


କରୋନା ପାଇଁକି ମାଟିରୁ ଆକାଶ

ଚାରିଆଡେ ହାହାକାର

କରୋନା ମାନେନି ଧନୀ କି ଗରିବ

ସବୁକଲା ଛାରଖାର ।



Rate this content
Log in