STORYMIRROR

Sahadev Behera

Fantasy

4  

Sahadev Behera

Fantasy

ପାଉଁଶ ଗଦା

ପାଉଁଶ ଗଦା

1 min
448


ତରୁଣୀ କାମିନୀର

ଯୌବନ ବାସ୍ନାରେ

କିଏବା ଲାଳାୟିତ ନୁହେଁ,

କିଶୋର, ଯୁବକ, ବୃଦ୍ଧ

ଅବା ତପସ୍ଵୀ ,ସାଧକ,

ବାନପ୍ରସ୍ଥ, ସନ୍ନ୍ୟାସୀ ହେଉ ସେ ବୈଷ୍ଣବ ll

ମନଟା ଦୋହଲି ଯାଏ

ଚାଲିଯାଏ,

ଲୁକ୍କାୟିତ ଅଦମ୍ୟ ଲାଳସା

ସ୍ଫୁରଣ ହୁଏ ପ୍ରେମର ଝଲକ

କାମନାର ଅଗ୍ନି ଜଳି ଉଠେ

ଦିକ୍ ଦିକ୍ ହୋଇ ll

ପାଇବାରେ

ଭୋଗବିଳାସରେ

ଅବା ଜିଇଁ ଥାଉଁ ଥାଉଁ

ମରଣକୁ ଆଦରି ନେଇ

ଜୀବନ ଝାସ ଦେବାରେ ll

ଛଡାଇ ସବୁ ରୀତି ନୀତି

ନିୟମ ସଂସ୍କାର

ସଂଦର୍ପେ ଇଚ୍ଛା ହୁଏ

ଗ୍ରାସ କରିବାକୁ

ଉପଭୋଗ୍ୟ ବସ୍ତୁସମ ll

ଜୀବନ ବର୍ଷଣେ ଜଳିଯାଏ

ସବୁ କିଛି ଓଲଟ ପାଲଟ

ପାର୍ଶ୍ବ ପରିବର୍ତ୍ତନ

ହିଂସ୍ରୁକ ପାଲଟେ ଶୃଗାଳ

ନପୁସଂକ ସାଜେ କାମାତୁର

ଅହଙ୍କାରୀ ଜ୍ବାଳାର ଦୌରାତ୍ମ୍ଯ

ଶୋଷିତ ହୁଏ ବାର ବାର

କଟୁକ୍ତିର ପାଉଁଶ ଗଦାରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy