STORYMIRROR

Kishore Nayak

Inspirational Children

3  

Kishore Nayak

Inspirational Children

ପାଠ ପଢିବା ଆସରେ ପିଲେ

ପାଠ ପଢିବା ଆସରେ ପିଲେ

1 min
177


ପାଠ ପଢିବା ଆସରେ ପିଲେ 

             ପାଠ ପଢିବା ଆସ 

ପଢିଲେ ପାଠ ବଢିବା ଆମେ 

             ଗଢିବା ଏଇ ଦେଶ ll

ଲଭିଲେ ଜ୍ଞାନ ଆମ ଜୀବନ 

             ହୋଇବ ସୁଖମୟ 

ପରମ ବିତ ଏଇ ସଂସାରେ 

            ବିଦ୍ୟାର ନାହିଁ କ୍ଷୟ ll

ବିଦ୍ୟାର ଧନ ଏଇ ଜୀବନେ 

             କରିଲେ ଉପାର୍ଜନ 

ଏ ମାଟି କୋଳେ ଆଉ କିଛିର 

            ନାହିଁ ତ ପ୍ରୟୋଜନ ll

ବିଦ୍ୟାର ଧନ ଜୀବନ ପଥେ 

            ପୁଲକ ଦେବ ଭରି 

ଦୁଃଖ-ଯାତନା ଅଭାବ ସବୁ 

            ଜୀବନେ ଯିବ ସରି ll

ଶିକ୍ଷାର ବଳେ ଦକ୍ଷତା ଆମ 

           ହେବରେ ଦୃଢ଼ୀଭୂତ 

ଯୋଗ୍ୟତା ବଳେ ଜୀବନ ହେବ 

             ସମୃଦ୍ଧ ଶକ୍ତିମନ୍ତ ll

ଆମେରେ ସବୁ କରିବା ଆସ 

            ସାକ୍ଷର ଅଭିଯାନ 

ଏଇ ମାଟିର ଦେଶ ଜାତିର 

           ରଖିବା ଆମେ ମାନ ll

ବିଦ୍ୟା ଧାରଣେ ସୁନ୍ଦର ହୁଏ 

            ଏଇ ଜୀବନ ପଥ 

ବିଦ୍ୟା ନୁହଁଇ ବଇରୀ କା'ର 

           ଅଟେ ପରମ ମିତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational