Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Children

3  

Tapan Kumar Swain

Children

-ପାଠ ନୁହଁଇ କଷ୍ଟ -

-ପାଠ ନୁହଁଇ କଷ୍ଟ -

1 min
269



ଅପାଲୋ ଅପା

ହଅନା ଖପା

ଯାହା କହିବୁ ତୁହି,

ତୋ'କଥା ମାନି

କରିବି କାମ

ମିଛ ମୁଁ କହୁ ନାହିଁ ।


ହେଲେ ତୁ ଜମା

କହନା ମୋତେ

ପଢିବା ପାଇଁ ପାଠ,

ମୁଣ୍ଡ ରେ କିଛି

ପସୁନି ମୋର

ଯେତେ ଖାଇଲେ ଛାଟ ।


ବାପାଙ୍କ ଆଗେ

କହିବୁ ନାହିଁ

ଏସବୁ କଥା କେବେ,

ନହେଲେ ବାପା

ପିଠିରେ ମୋର

ଗୁଡ଼ାଏ ମାଡ଼ ଦେବେ ।


ବହି ବସ୍ତାନୀ

କାନ୍ଧରେ ବୋହି

କାନ୍ଧ ହେଲାଣି ବିଣ୍ଡି,

ପିଠିଟା ମୋର

ଯେମିତି ସତେ 

ଗୋଟେ ଦେକିଚି ହାଣ୍ଡି ।


ଇସ୍କୁଲ ଯିବା

ପାଇଁ କି ମୋତେ

ଲାଗୁଛି ଭାରି ଡର,

କିବୁଦ୍ଧି ଏବେ

କରିବି କହ

ଉପାୟ ନାହିଁ ମୋର।


ଅପା କହିଲା 

ନାହିଁ ରେ ପୁପୁ

ପାଠ ନୁହଁଇ କଷ୍ଟ ,

ମନ ଲଗାଇ

ପଢିବୁ ଯଦି

ନକରି ବେଳ ନଷ୍ଟ ।


ଦିନେ ଦେଖିବୁ

ପାଠରେ ସବୁ

ପିଲାଙ୍କୁ ଯିବୁ ଟପି ,

ବାପା କୋଳରେ

ବସାଇ ତୋତେ

ଗାଲରେ ଦେବେ ପପି ।


Rate this content
Log in

Similar oriya poem from Children