Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପାଶେ ବସିଥିଲେ ଆଈ

ପାଶେ ବସିଥିଲେ ଆଈ

1 min
7.2K


ରମାକାନ୍ତ ବେହେରା

ଚିଙ୍ଗୁଡ଼ି ମାଛରେ ଆମ୍ବୁଲ ପକେଇ ,

ରାନ୍ଧିଥିଲା ଅପା ମୋର ,

ଜେଜେ ବାପା ସଙ୍ଗେ ଖାଉଥିଲି ମୁହିଁ ,

ଲାଗୁଥିଲା ଭାରି ଭଲ ।

କାଞ୍ଜିପାଣି ଦେଇ ତୋଡ଼ି ମାଛ ବୋଉ ,

ରାନ୍ଧିଥିଲା ବାଗ କରି ,

ଜେଜେ ମାଆ ସଙ୍ଗେ ଖାଉଥିଲି ବସି ,

ଆସନରେ ଚକା ପାରି । ।

ମାଗୁର ମାଛରେ ବସା ଦହି ଦେଇ ,

ରାନ୍ଧିଥିଲେ ଟି ଭାଉଜ ,

ଖାଇବା ବେଳରେ ତାଙ୍କରି ,

ସଙ୍ଗରେ

କରୁଥିଲି ମୁଁ ମଉଜ ,

ମାଇଁ ରାନ୍ଧିଥିଲେ କେରାଣ୍ଡି ,

ମାଛକୁ

ସୋରିଷ ବାଟଣା ଦେଇ ,

ଅଜାଙ୍କ ସାଙ୍ଗରେ ଖାଉଥିଲି ,

ପରା

ପାଶେ ବସିଥିଲେ ଆଈ । ।


Rate this content
Log in

Similar oriya poem from Classics