STORYMIRROR

Santosh Kumar Nayak

Abstract Inspirational Others

4  

Santosh Kumar Nayak

Abstract Inspirational Others

ପାରୁଅଛ ଯଦି.....

ପାରୁଅଛ ଯଦି.....

1 min
65


ପାରୁଅଛ ଯଦି ନିଃସଙ୍ଗୀ ମନର

ସାଥୀଟିଏ ହେଇ ଦେଖ,

ଶୁଖିଲା ମରୁରେ ଜଳଧାରା ହେଇ 

ତୃଷ୍ଣା ହରିବାକୁ ଶିଖ ;

ଓଠରେ ଫୁଟାଅ ହସ

ମିଠା କଥା ପଦେ କହି ଦେଲେ ଟିକେ

ସରିଯିବ ଅବା କିସ?


ପାରୁଅଛ ଯଦି ଭୁଲିଯାଅ ସବୁ

ପୁରୁଣା କଥାକୁ ଆଗ ,

ଆଜିର ମଣିଷ କାଲିକି ନଥିବ

କାହିଁକି ଏତେ ବା ରାଗ?

ବନ୍ଧୁତା ଡୋରୀରେ ବାନ୍ଧ,

କପଟ ରଖିଲେ ମଲା ପରେ କେହି

ନଥିବେ ଦେବାକୁ କାନ୍ଧ।


ତୁମ ସରଣୀରେ କଣ୍ଟା କେ ଫିଙ୍ଗିଲେ

ତା ପଥେ ସଜାଡ ଫୁଲ,

ଫୁଲ ବଦଳରେ ଫୁଲ ହିଁ ପାଇବ

କଣ୍ଟା ହେବ ତିନି ଶୂଳ ;

ତା କଥା କାହିଁକି ଭାବ,

କରମ ପଥରେ ହୁଅ ଅଗ୍ରସର

ସେଥିରେ ହିଁ ତୁମ ଲାଭ।


ସେନେହ ଶରଧା ବାଣ୍ଟିଦିଅ ତୁମେ

ଦେଇଥିଲେ ସିନା ପାଇ,

କାହିଁକି କାହାକୁ ପର ବୋଲି ଭାବ

ଆମେ ପରା ଭାଇ ଭାଇ ;

ଛାଡିଦିଅ ରାଗ ରୁଷା,

କ୍ଷଣିକ ସୁଖରେ ଭାସିଯାଇ ତୁମେ

କାହିଁ ହେବ ଲୋକହସା?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract