STORYMIRROR

Brundabana Pradhan

Romance Tragedy

3  

Brundabana Pradhan

Romance Tragedy

ପାରିବିନି ତତେ ବୁଝାଇ

ପାରିବିନି ତତେ ବୁଝାଇ

1 min
276


ହୋଇପାରେ ମୁଁ ତୋ ଅଯୋଗ୍ୟ 

ତଥାପି ତୋ ପାଇଁ ଏକା 

ଖୁବ୍ ଖୁବ୍ ଚିନ୍ତାକରେ

ଜୀବନ ଢାଳେ ତୋ ଖୁସିରେ ।

ହେଲେ କ'ଣ ବା କରିବି 

ଆଜି ପାରୁନି ତତେ ବୁଝାଇ 

ଯାହାର ପାଇଁ ଜନମ ମୋହର 

ତାକୁ କେମିତି କରିବି ପର। 

ଯାହାର ଜୀବନ ମୋ ସୁନାର ହାର 

ଯା ବିନା ବଞ୍ଚି ପାରିବି ନାହିଁ ମୁହିଁ 

ମୋ ଜୀବନ କଥା ତୁ ପାରୁନୁଁ ବୁଝି 

ତା ଛଡା ତତେ ମୁଁ ପାରୁନି ବୁଝେଇ। 

ସିଏ ମୋ ଅଟନ୍ତି ଚଳନ୍ତି ଠାକୁର 

କରିପାରିବିନି ତାଙ୍କୁ ମୁଁ ପର 

ତୋ ପାଇଁ ସେ ଅଟଇ ପର 

ମୋ ପାଇଁ ଦେବତା ଜନ୍ମ ଜନ୍ମାନ୍ତରର ।

 କାଣିଚାଏ ତୋ ପ୍ରେମ ପାଇଁ 

ଆଜି ହୋଇଯାଇଛି ଅନ୍ଧ

ପାରୁନାହିଁ ପ୍ରିୟା ତତେ ବୁଝାଇ 

ଆଜି ମୋ ମତି ହୋଇଛି ଦ୍ୱନ୍ଦ। 


Rate this content
Log in

Similar oriya poem from Romance