Mahendra Kumar Swain

Tragedy

3  

Mahendra Kumar Swain

Tragedy

ପାରିବାରିକ କଳହ

ପାରିବାରିକ କଳହ

1 min
348


ଦିନକୁ ଦିନକୁ ସମାଜରେ ଏବେ

ଘଟଣା ନୂଆ ଘଟୁଛି

ପରିବାର ମଧ୍ୟେ ସମ୍ପର୍କର ଡୋରି

ଛିଡି ଯେ ଶିଘ୍ର ଯାଉଛି 


ସ୍ୱାମୀ ସ୍ତ୍ରୀ ମଧ୍ୟେ ବୁଝାମଣା ଆଉ

ଆଗ ଭଳି ରହୁନାହିଁ

ବୁଝାମଣା ଆଉ ରହୁନାହିଁ ବୋଲି 

ପରିବାର ଚାଲୁନାହିଁ 


ଛୋଟ ଛୋଟ କଥା ବଡ଼ ହେଉଅଛି

ଧୈର୍ଯ୍ୟ କା ମନରେ ନାହିଁ

ସହିବାର ଶକ୍ତି ଦୂରର କଥା ଯେ

କଥା କେ ଶୁଣନ୍ତି ନାହିଁ 


ହସ ଖୁସିରେ ତ ଫୁଟୁଥିବା ଘର

କ୍ଷଣକରେ ଭାଙ୍ଗିଯାଏ

ଛୋଟ ପବନ ବି ଆସି ଜୀବନରେ

ସବୁ କିଛି ସାରିଦିଏ 


ପାରିବାରିକ ଏ କଳହ କାରଣ

ଅନେକ ତ ରହିଅଛି

ସମାଜରେ ଏବେ ଆସ୍ତେ ଆସ୍ତେ କରି

ବଢି ଏହା ଯାଉଅଛି 


ପାରିବାରିକ ଏ କଳହର ନିଆଁ 

ଘରେ ଖାଲି ରହେ ନାହିଁ

ଆସ୍ତେ ଆସ୍ତେ କରି ସମାଜକୁ ଏହା

ଜାଳି ପୋଦିଦିଏ ତହିଁ 


ନିଶା ଜିନିଷର ସେବନ ବି ଏକ 

ମୁଖ୍ୟ କାରଣ ତ ହୁଏ

ନିଶାର କବଳେ ଘାଣ୍ଟି ହେଲା ପରେ

ପରିବାରେ କଳି ହୁଏ 


ସେଇ କଳି ଯେବେ ଅତି ହୋଇଯାଏ 

କଳହର ରୂପ ନିଏ

ପରିବାରକୁ ଭାଙ୍ଗିଦେବା ପାଇଁ

ଇନ୍ଧନ ଯୋଗାଇ ଦିଏ 


ସ୍ୱାମୀ ସ୍ତ୍ରୀ ମଧ୍ୟେ ବୁଝାମଣା ଯଦି

ସବୁବେଳେ ରହିଥିବ

ପାରିବାରିକ ଏ କଳହର ଝଡ଼ 

କେବେ ବି କଷ୍ଟ ନ ଦେବ 


ତୁମ ଠାରୁ ଦେଖି ଶିଖିବେ ତ ଛୁଆ 

ସେମାନେ ତାହା କରିବେ

ବଡ଼ ହେଲା ପରେ ସମାଜରେ ସିଏ

ଏଇ ଭାବନା ରଖିବେ


ଜୀବନକୁ ଭଲ ଭାବେ ବୁଝିକରି

ପରିବାରକୁ ତ ଗଢ଼

କଳହ ଭାବନା ଦୂରେଇକି ମନେ

ଆଗକୁ ଯେ ତୁମେ ବଢ 



Rate this content
Log in

Similar oriya poem from Tragedy