STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ପାରିବାରିକ କଳହ

ପାରିବାରିକ କଳହ

1 min
239

ଘରେ ଘରେ ହୁଏ କଳହ ଅପାର

ଭାଇ ଭାଇଙ୍କର ମଧ୍ୟେ,

ଅତି ହିଁ ଘାତକ ହୁଏ ସେ କଳହ

ପିତା ପୁତ୍ରଙ୍କର ମଧ୍ୟେ।୧।


ପାରିବାରିକ ସେ ହୁଅଇ କଳହ

ଭୟଙ୍କର ହୁଏ ସେହୁ,

ଅଶାନ୍ତିର ସ୍ଥିତି କାରଣ ହୁଅଇ

ଲୋକହଂସା କରେ ସେହୁ।୨।


ଉନ୍ନତିର ମାର୍ଗ ଅବରୋଧ ହୁଏ

ହୁଏଟି ଥାନା ପୁଲିସ, 

ସାଇ ପଡୋଶୀଙ୍କ ହସର କାରଣ

ଦିଏଟି ଲଜ୍ଜା ସନ୍ଦେଶ।୩।


ସ୍ତ୍ରୀ ପୁରୁଷଙ୍କର କଳହ ହୁଅଇ

ହୁଏଟି ଗୃହ ଅଶାନ୍ତି,

ହୁଅନ୍ତି ନିରାଶ ସନ୍ତାନ ତାଙ୍କର

ଚିତ୍କାର ଉଚ୍ଚେ କରନ୍ତି।୪।


ଦୌଡ଼ି ଆସନ୍ତି ସାଇ ପଡୋଶୀ ହିଁ

ସନ୍ତାନ ରାବକୁ ଶୁଣି,

କି ପରି କଳହ କରୁଅଛ ତୁମେ

ଲଜ୍ଜା ଲାଗୁ ଅଛି ଶୁଣି।୫।


କଳହ ନ କରି ସନ୍ତାନକୁ ଦେଖ

କି ପରି ଅବସ୍ଥା ହେଲା,

ଲଜ୍ଜା ଲାଗୁ ଅଛି ସାଇ ପଡୋଶୀଙ୍କୁ

ଦେଖି ଏ କଳହ ଲୀଳା।୬।


ପରିବାର ମଧ୍ୟେ କଳହ ଏପରି

ପାରିବାରିକ କଳହ,

ଉନ୍ନତିର ପଥ ଥମି ଯାଏ ତହିଁ

ହୁଏଟି ଯେବେ କଳହ।୭।


କଳହ କରିଲେ କିଛି ଲାଭ ନାହିଁ

କର ବିଚାର ମନରେ,

ହୁଏ କଳହରେ ଅପାର ଦୁର୍ଗତି

ଚିନ୍ତା ସଦା ଭରି ରୁହେ।୮।


ଗୃହରେ କଳହ ନ କରିବା କେବେ

ଜ୍ଞାନରେ ଆଣିବା ସେହୁ,

ଦେବା ଶିକ୍ଷା ଜନେ କଳହ ନ କର

ଭୟଙ୍କର ଅଟେ ଏହୁ।୯।


ଘରେ ଘରେ ହୁଏ କଳହ ଅପାର

ଭାଇ ଭାଇଙ୍କର ମଧ୍ୟେ,

ଅତି ହିଁ ଘାତକ ହୁଏ ସେ କଳହ

ପିତା ପୁତ୍ରଙ୍କର ମଧ୍ୟେ।



Rate this content
Log in

Similar oriya poem from Tragedy