STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ପାର୍ବଣର ପର୍ବ (ଦଶହରା)

ପାର୍ବଣର ପର୍ବ (ଦଶହରା)

1 min
391


ବରଷକେ ଥରେ ଆସେ ଦଶହରା

କେତେ ଖୁସି ମନେ ନେଇ,

ଶରତର ଶୋଭା ବଢ଼ିଯାଇ ଥାଏ

ମାଆର ସ୍ବାଗତ ପାଇଁ ।୧।


ନିର୍ମଳ ଆକାଶେ ଧଳା ମେଘଖଣ୍ଡ

ଚାରି ଆଡ଼େ ଭାସୁଥାଏ,

ଧରଣୀ କୋଳରେ କାଶତଣ୍ଡୀ ଫୁଟି

ଆନନ୍ଦରେ ହସୁଥାଏ ।୨।


ଗାଆଁ ପରିବେଶ ଅତି ମନୋହର

ରୂପ ତା' ଯାଏ ବଦଳି,

ସବୁଜ ବିଲରେ ସୁନାର ଫସଲ

ପବନେ ମାରେ ଲହଡ଼ୀ ।୩।


ମାଆ ଦଶଭୂଜା ଦୃଗତି ନାଶିନୀ

ଧରା ଧାମେ ପାନ୍ତି ପୂଜା,

ମଣ୍ଡପ ଗୁଡ଼ିକ ଅତି ଯତନରେ

ହୋଇଥାଏ ସାଜସଜ୍ଜା ।୪।


ଦଶଦିନେ ଦଶ ପୂଜା ହୋଇଥାଏ

ତେଣୁ ଦଶହରା ନାମ,

ବନ୍ଧୁ ବାନ୍ଧବଙ୍କ ମିଳନେ ଘଟଇ 

ମନେ ଆତ୍ମୀୟତା ପ୍ରେମ ।୫ ।


ସାଙ୍ଗ ସାଥୀ ହୋଇ ମେଳା ବୁଲିଯାନ୍ତି

ଅତି ଆନନ୍ଦିତ ମନେ,

ବିଦ୍ୟାଳୟ, କାର୍ଯ୍ୟାଳୟ ଯେତେ ସବୁ

ଛୁଟିରହେ ଏଇ ଦିନେ ।୬।


ମାତାଙ୍କ ଆଶିଷେ ଏ ସାରା ଜଗତେ

ଖେଳିଯାଉ ସୁଖ ଶାନ୍ତି,

ଏତିକି ମାଗୁଣି ପାଦ ପଦ୍ମେ ତାଙ୍କ

 ଦୁଃଖରୁ ମିଳୁ ମୁକତି ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics