ପାର୍ବଣ ଋତୁ
ପାର୍ବଣ ଋତୁ
ଆଗକୁ ଆସୁଛି ପାର୍ବଣ ଋତୁ,
ସରି ସରି ଆସେ ବରଷା ଋତୁ ।
ଆକାଶ ଦିଶେ ଭାରି ନିରିମଳ,
ଧରାକୁ ଆସିଛି ଶରତ କାଳ।
କାଶତଣ୍ଡି ଫୁଲ ଦୂରରୁ ହସେ,
ନଈ ପଠା ସବୁ ଧବଳ ଦିଶେ ।
ଶରଦ ଶଶିକୁ ନଜାଣେ କିଏ,
ଜୋଛନାରେ ମନ ଜିଣଇ ସିଏ।
ଚାରିଦିଗେ ହୁଏ ତୋରଣ ସଜା,
ଆରମ୍ଭ ହେବ ମା'ଦୂର୍ଗାଙ୍କ ପୂଜା।
ତାଙ୍କ ପାଦେ ଆମେ କରି ଜଣାଣ,
ମାଗିବା ଆମେ ଜଗତ କଲ୍ୟାଣ ।
ମାଳ ମାଳ ଏବେ ପତ୍ରିକା ବିକେ,
ମା'ଙ୍କ ଛବି ମୁଖ ପୃଷ୍ଠାରେ ଦେଖେ।
ଦୋକାନ ବଜାରେ ଲାଗଇ ଭିଡ,
ସଭିଏଁ କରନ୍ତି ବସ୍ତ୍ର ଯୋଗାଡ।
କରୋନା ପ୍ରଭାବ ଯାଇନି ଏବେ,
ନଲଗାଇ ଭିଡ ଦୋକାନ ଆଗେ।
ସାମାଜିକ ଦୂରତା ବଜାୟ ରଖି,
ପୋଷାକ କିଣିବା ନିଜ ମନଲାଖି।
ଆରମ୍ଭ ହୋଇଲା ପାର୍ବଣ ବେଳ,
ପାଳନ୍ତି ସଭିଏଁ ହୋଇଣ ମେଳ।
ଜଗିରଖି କରି ଆମେ ଚଳିବା,
କରୋନା କୁ ଆମେ ହରାଇ ଦେବା।