STORYMIRROR

Bidyadhar Mantry

Tragedy Inspirational Others

4  

Bidyadhar Mantry

Tragedy Inspirational Others

ପାପୀ କବଳରେ ଶାରୀ

ପାପୀ କବଳରେ ଶାରୀ

1 min
268


ଶାରୀ ମୁକ୍ତ ଆକାଶର ବିହଙ୍ଗ

ମନରେ ଅସୁମାରୀ ଆଶା

ପ୍ରକୃତି କୋଳ ରେ ବେଶ୍ ଖୁସି

ଖୋଲା ହୃଦୟ ରେ ଉଡୁଛି

ଏ ଡାଳ ରୁ ସେ ଡାଳ ।


ପାପୀ ର ପାପ ଦୃଷ୍ଟିରେ ଶାରୀ

ଶାରୀ କୁ କରାୟତ କରିବ

ପ୍ରଲୋଭନ ଦେଖାଇ ଆକର୍ଷିତ କରିବ

ରାଜି ନ ହେଲେ ବଳାକ୍ତାର 

ଯେମିତି ହେଲେ ଶାରୀ ରହୁ ପଞ୍ଜୁରୀ ଭିତରେ

କିଛି ନ ହେଲେ ଶାରୀ ର ହତ୍ୟା।


ବିଚରା ଶାରୀ

କଣ କରିବ,ମୁକ୍ତି ପାଇଁ ନିବେଦନ ସହିତ

ପ୍ରାଣ ଭିକ୍ଷା ବି କରିବ

ନିଜକୁ ରକ୍ଷା ପାଇଁ ପାପୀ କବଳ ରୁ

ଆର୍ତ୍ତ ଚିକ୍ତ୍ତାର ସହିତ 

ସାହାଯ୍ୟ ପାଇଁ ହାତ ଯୋଡ଼ିବ।


ପାପୀଙ୍କ ଅତ୍ୟାଚାର ପୁରାଣ କାଳରୁ

ସିତା,ଦ୍ରୌପଦୀ ର କଥା 

ଶାରୀ ପରି ଥିଲା ଜୀବନ ଶୈଳୀ

ପାପୀଙ୍କ ନଜର ରେ ହେଲେ କବଳିତ

କେମିତି ଥିଲେ ପାପ ପଞ୍ଜୁରୀରେ

ବେଶ୍ ଜଣାଶୁଣା ସଭ୍ୟ ସମାଜରେ।


ପାପ ର ପରିଣାମ ବଡ ଭୟଙ୍କର

ପାପ ଓ ପାପୀ ,ସମୟ ଚକ୍ରରେ ବ୍ୟତିରେକ

ପାପ ର ଧାରା ସିମୀତ ରହିଛି

ପାପୀ ବି ନିପାତ ହୋଇଛି 

ସତ୍ୟ ଧର୍ମ ର ଜୟ ହୋଇଛି।


ବିଗତ ଦିନର ନିର୍ଭୟା 

ନିର୍ଭୟା ବି ଶାରୀ ଥିଲା

ପାପୀ କବଳରେ ହେଲା କବଳିତ

ପଞ୍ଜୁରୀ ରେ ଆବଦ୍ଧ ହେଉ ହେଉ 

ଜୀବନ ରକ୍ଷା ପାଇଁ ଆକୁଳ ନିବେଦନ

ପାପୀଙ୍କ ପାଇଁ ଅକାଳରେ ହାରିଲା ଜିବନ।


ମଣିପୁର ପାପୀ ର ପାପ,ଚଳନ୍ତି ଘଟଣା

ଶାରୀ କୁ ଉଲଗ୍ନ କରିଛି ଦିନ ଆଲୁଅରେ

ପାପିର ବାହୁ ପଞ୍ଜୁରୀରେ ,ଶାରୀ କବଳିତ

ଜୀବନ ଭିକ୍ଷା ପାଇଁ ଆର୍ତ୍ତ ଚିକ୍ତାର

ଶରୀର ସୁରକ୍ଷା ପାଇଁ ଯିଏ ବି ଆସୁଛି

ପାପୀଙ୍କ ଦ୍ଵାରା ହୋଇଛି ନିହତ।


କେତେଦିନ ଚାଲିଥିବ ପାପୀଙ୍କ ରାଜୁତି

କିଏ ଦେବ ଶାରୀଙ୍କୁ ସୁରକ୍ଷା !

ଈଶ୍ୱର ଓ ସରକାର ସବୁ ଆମ ଭିତରେ

ଆମ ଚେତନାରେ ଇଶ୍ଵର

ଆମ ଶକ୍ତିରେ ସରକାର

ଆମକୁ ଜାଗ୍ରତ ହେବାକୁ ହେବ

ଶାରୀ ବି ଶିକ୍ଷା ପାଉ ଆତ୍ମରକ୍ଷା ର କୌଶଳ

ଜନ ସଚେତନତା ନିହାତି ଜରୁରୀ

ପାପୀ ହୋଇବେ ନିପାତ, ଶାରୀ ହେବ ସୁରକ୍ଷିତ।


Rate this content
Log in

Similar oriya poem from Tragedy