ପାପ ଓ ପୁଣ୍ୟ
ପାପ ଓ ପୁଣ୍ୟ
ପାପର ସଂଜ୍ଞା ପୁଣ୍ୟ ପାଖେ
ଥାଏ କି ନଥାଏ
ପୁଣ୍ୟର ସଂଜ୍ଞା ପାପ ପାଖେ
ନିଶ୍ଚୟ ନିହାତି ଥାଏ
ପାପ କେବେ ଶତ୍ରୁ କେବେ ମିତ୍ର
ପୁଣ୍ୟକଲାଵାଲା କହୁଥାଏ
ପୁଣ୍ୟର ପରିଭାଷା ଖୋଜୁ ଖୋଜୁ
ପାପ ହେଇଯାଏ
ଯେମିତି ସତର ସାଥ ଦେଲେ
ମିଛୁଆ ବୋଲାଏ
ପାପ କରୁ କରୁ କେହି
ବାଲ୍ମିକୀ ବନିଯାଏ
ପାପ ଓ ପୁଣ୍ୟ ଦୁହେଁ ସଦା
ମଣିଷ ପାଖେ ପାଖେ ଥାଏ
ମଣିଷପଣିଆ ମାନେ ପୁଣ୍ୟ
କେହି କେହି କହେ
ଅମାନବିକତାର ପରିଣାମ ପାପ
ମନୁଷ୍ୟ ବୁଝି ଅବୁଝା କାହିଁ ହୁଏ
ସବୁ ପ୍ରଶ୍ନର ଉତ୍ତର ନଥାଏ ବୋଲିତ
ପାପ କଣ ପୁଣ୍ୟ କଣ ଖୋଜି କିଏ ହୁଏ
ମିଛ ଅସତ୍ୟ ଅଧର୍ମ ପାପ ଯଦି ହୁଏ
ପୁଣ୍ୟ କଣ ସତରେ ସତ୍ୟ ନ୍ୟାୟ ଧର୍ମର
ଅଣଚାଷ ପବନ ଟିଏ
ଯିଏ ନା ବାଆ ନା ବତା ଥିବା ପଥିକର
ଲମ୍ବା ରାସ୍ତା ଟିଏ
ଆଉ ପାପ କରି ପାପି, ରାସ୍ତାସାରା
ନିହାତି ଝୁଣ୍ଟୁ ଥାଏ
କେଜାଣି କେମିତି କିଏ ଦୁହିଁଙ୍କୁ
ସମୀପ ଦୃଷ୍ଟି ଓ ଦୁରଦୃଷ୍ଟିରେ ଦେଖୁଥାଏ l
