STORYMIRROR

Sunanda Mohanty

Action Crime Thriller

3  

Sunanda Mohanty

Action Crime Thriller

ପାପ ଓ ପୁଣ୍ୟ

ପାପ ଓ ପୁଣ୍ୟ

1 min
222


ପାପର ସଂଜ୍ଞା ପୁଣ୍ୟ ପାଖେ

ଥାଏ କି ନଥାଏ

ପୁଣ୍ୟର ସଂଜ୍ଞା ପାପ ପାଖେ

ନିଶ୍ଚୟ ନିହାତି ଥାଏ

ପାପ କେବେ ଶତ୍ରୁ କେବେ ମିତ୍ର

ପୁଣ୍ୟକଲାଵାଲା କହୁଥାଏ

 ପୁଣ୍ୟର ପରିଭାଷା ଖୋଜୁ ଖୋଜୁ

ପାପ ହେଇଯାଏ

ଯେମିତି ସତର ସାଥ ଦେଲେ

ମିଛୁଆ ବୋଲାଏ

ପାପ କରୁ କରୁ କେହି

ବାଲ୍ମିକୀ ବନିଯାଏ

ପାପ ଓ ପୁଣ୍ୟ ଦୁହେଁ ସଦା

ମଣିଷ ପାଖେ ପାଖେ ଥାଏ

ମଣିଷପଣିଆ ମାନେ ପୁଣ୍ୟ

କେହି କେହି କହେ

ଅମାନବିକତାର ପରିଣାମ ପାପ

ମନୁଷ୍ୟ ବୁଝି ଅବୁଝା କାହିଁ ହୁଏ

ସବୁ ପ୍ରଶ୍ନର ଉତ୍ତର ନଥାଏ ବୋଲିତ

ପାପ କଣ ପୁଣ୍ୟ କଣ ଖୋଜି କିଏ ହୁଏ

ମିଛ ଅସତ୍ୟ ଅଧର୍ମ ପାପ ଯଦି ହୁଏ

ପୁଣ୍ୟ କଣ ସତରେ ସତ୍ୟ ନ୍ୟାୟ ଧର୍ମର

ଅଣଚାଷ ପବନ ଟିଏ

ଯିଏ ନା ବାଆ ନା ବତା ଥିବା ପଥିକର

ଲମ୍ବା ରାସ୍ତା ଟିଏ

ଆଉ ପାପ କରି ପାପି, ରାସ୍ତାସାରା

ନିହାତି ଝୁଣ୍ଟୁ ଥାଏ

କେଜାଣି କେମିତି କିଏ ଦୁହିଁଙ୍କୁ

ସମୀପ ଦୃଷ୍ଟି ଓ ଦୁରଦୃଷ୍ଟିରେ ଦେଖୁଥାଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action