ପାଣି ମାଠିଆ
ପାଣି ମାଠିଆ
ଶୀତଳ ପାନୀୟ, ଯୋଗାଇ ଦିଏ ସେ,
ଗ୍ରୀଷ୍ମ ରୌଦ୍ର ଝାଞ୍ଜି ଖରେ:
ଅତି ଆପଣାର, ଦୁଃଖିନୀ ମାଆର,
ଥାଏ ସିୟେ ଘରେ ଘରେ::
ନଳକୂପ ଜଳ, ସାଇତି ରଖଇ,
ସରାଗେ ମାଆଟି ମୋର:
କେତେ ଶାନ୍ତି ଦିଏ, ଗ୍ରୀଷ୍ମ ବୈଶାଖୀରେ,
ସୁଧା ସମ ତୃପ୍ତ ନିର::
ପ୍ରିୟା ପ୍ରୀତି ବନ୍ଧୁ, ଆଉ ପରିଜନ,
ଆସିଲେ ଆମରି ଘର:
ଦୁଇ ତିନି ଲୋଟେ, ତୃଷ୍ନା ମୁକ୍ତ ହ୍ୱନ୍ତି,
ବୈଶାଖୀର ଉପଚାର::
ଢକ ଢକ କରି, ପଲକ ମଧ୍ୟରେ,
ପିଇ ଯାଇଥାଏ ମୁହିଁ:
ମାଠିଆ ଭଣ୍ଡାର, ତୃଷ୍ନାରେ ଆଦର,
ମାଠିଆ ପରିକେ ନାହିଁ::
ଘର ଅଗଣାରେ, ଗ୍ରୀଷ୍ମ ସମୟରେ,
ମାଠିଆଟେ ଭରି ରଖ:
ତୃଷାର୍ତ୍ତ ବିହଙ୍ଗ, ଗ୍ରୀଷ୍ମର ଗୋଗୁଷ୍ଟ,
ପିଇ ପାଇବେଜେ ସୁଖ::
ଦେଖେଇ ଜମେଇ, ଜଳ ଦାନ କରି,
ମିଳେ ଅବା କେଉଁ ଧର୍ମ:
ବଡ଼ ଖର୍ଚ୍ଚ ବିନା, ମାଠିଆଟେ କିଣି,
କର ପ୍ରାଣୀ ସେବା କର୍ମ::
କାଉ ନ ଲୋଡିବ, ମାଠିଆକୁ ଗୋଡି,
ଜଳ ପୂର୍ଣ ହୋଇ ଥିଲେ:
ହେ ପାଠକ ବନ୍ଧୁ, ଚିନ୍ତା କର ଥରେ,
ରଖ ପ୍ରାଣୀ କୁଳ ଭଲେ::
ପୋଖରୀ ଶୁଖିଲା, ନାଳବି ଶୁଖିଲା,
ଶୁଖିଲା ବିଲର ଘାଟ:
ମୁକ ପ୍ରାଣୀ ମାନେ, କେମିତି ବଂଚିବେ,
ଦେଖାଅ ପ୍ରାଣୀଙ୍କୁ ବାଟ::
ମଣିଷ ପାଖରେ, ଅର୍ଥ ବଳ ଅଛି,
ପାଣି ପିଇ ପାରେ କିଣି:
ମୁକ ପଶୁ ପକ୍ଷୀ, ହୃଦୟକୁ ବୁଝ,
ରଖ ମାଠିଆଟେ ଆଣି::
କିଣିବା ମାଠିଆ, ରଖିବାଯେ ପାଣି,
ପଶୁ ପକ୍ଷୀ ହୃଦ ଜାଣି:
ଆମେବି ବଂଚିବା, ବଞ୍ଚିବାକୁ ଦେବା,
ନିରୀହ ପ୍ରାଣୀକୁ ପୁଣି::
*******(ମହେଶ୍ୱର ସାହୁ )********
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର (ଭଦ୍ରକ)