STORYMIRROR

pratap nayak

Fantasy Inspirational

3  

pratap nayak

Fantasy Inspirational

ପାଣ୍ଡୁଲିପି

ପାଣ୍ଡୁଲିପି

1 min
512


ପରିବର୍ତ୍ତନର ପଶାପାଲିରେ

ଧୂମୀଳ ସମ୍ପର୍କ ପାଣ୍ଡୁଲିପିର !

ଅଣନିଶ୍ୱାସୀ ବିବେକ

ଯେଉଁଠି ଦିର୍ଘଶ୍ୱାସ ଛାଡେ

ପଛକୁ ଫେରିବାର ସଂକଳ୍ପ

ଯେମିତି ଜାବୁଡି ରଖେ

ପାଣ୍ଡୁଲିପି ବର୍ତ୍ତମାନର

ଫର୍ଦ୍ଦ ପରେ ଫର୍ଦ୍ଦ ଚିରାଚାଲେ

ପଢାହୋଇ ତାରୁଣ୍ୟ ସନ୍ଧ୍ୟାରେ

ଚିକିମିକ୍ ପଳାଶ ଫୁଲର ରଂଗ

ଉଡୁଥାଏ ଫରଫର ହୋଇ

କଳା କୋଇଲି ରଂଗ ଭଳି ଲାଗୁଥିବା ଅତୀତ

ବଦଳେଇ ପାରେନା ବାରମାସୀ ପରି

ନିଘୋଡ ଭବିଷ୍ୟତ ଯହିଁ ହସୁଥାଏ

ସେହି ଘନଘୋର ପାଣ୍ଡୁଲିପି ଠାରେ

ହାତ ଟେକା କରମ ଜଂଜାଳ

ଭୂରିଭୋଜନ କରେ ସାଇପଡିଶାରେ

ଗଡିଗଡି ଦିନ ଚାଲିଯାଏ

ନିଖୁଣ ଅତୀତ ରହିଯାଏ ଶୂନ ହୋଇ

ସେ ପାଣ୍ଡୁଲିପିର ପ୍ରଥମ ପୃଷ୍ଟାରେ ।

ପ୍ରତାପ ନାୟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy