STORYMIRROR

Writer Roja Panda

Fantasy Others

4  

Writer Roja Panda

Fantasy Others

ପାହାଡ଼

ପାହାଡ଼

1 min
305

ସକାଳ ସୁରୁଜ କିରଣରେ ତାର

ମସ୍ତକ ଚମକୁଅଛି,

ବକ୍ଷରେ ତାହାର ନା ନା ପ୍ରକାରର

ବୃକ୍ଷ ଶୋଭା ପାଉଅଛି ।।

ଲାଗୁଛି ପିନ୍ଧିଛି ଶାଗୁଆ ଶାଢ଼ୀ ସେ

ଆକାଶକୁ କରି ନିଳ ଓଢଣୀ,

ଅପରୂପ ତାର ଅବର୍ଣ୍ଣିତ ରୂପ

କୋଳରେ ଧରିଛି ତାକୁ ଧରଣୀ ।।

କାକର ଟୋପାର ବିନ୍ଦୁ ବିନ୍ଦୁ ରେଖା

ପଡ଼ିଅଛି ତାର ଶାଢ଼ୀ ପଣତେ,

ସତେ ଅବା ହୀରା ,ମୋତି ଝଲସୁଛି

ଲେଖିବାକୁ ଭାଷା ସଂକ୍ଷିପ୍ତ ସତେ ।।

ପାଦ ଦେଶେ ତାର ବହି ଯାଉଅଛି

ଅଙ୍କାବଙ୍କା ସରୁ ଝରଣା ଧାର,

ମୁଗ୍ଧ ହୁଏ ମନ ଶୁଣିଦେଲେ ଥରେ

କୁଳୁ କୁଳୁ ତାର ମଧୁର ସ୍ୱର ।।

ବିହଙ୍ଗ ଆନନ୍ଦେ ଡେଣା ଝପଟାଇ

ତା ମସ୍ତକ ଛୁଇଁ ଯାଆନ୍ତି ଉଡି,

ସନ୍ଧ୍ୟା ଆଗମନେ ସୁରୁଜ ବି ଧୀରେ

ତା ବକ୍ଷ ପଛରେ ଯାଆନ୍ତି ବୁଡି ।।

କିଏ କହେ ତାକୁ ପାହାଡ଼,ପର୍ବତ

କିଏ ଗିରି ଗୋବର୍ଦ୍ଧନ,

ଆକୃତିର ତାର ଭରି କେତେ ରସ

ମୋହେ ସେ ସଭିଙ୍କ ମନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy