STORYMIRROR

Prabhati Mahapatra

Drama Classics

3  

Prabhati Mahapatra

Drama Classics

ପାହାଡ଼

ପାହାଡ଼

1 min
223

ଅପୂର୍ବ ସୌନ୍ଦର୍ଯ୍ୟେ ଭରା ଏ ଜଗତ

ଅବର୍ଣ୍ଣନୀୟ ଯେ ଶୋଭା 

ନଦୀ ନାଳ ଗିରି  ସପତ ସାଗର

ପ୍ରକାଶନ୍ତି କେତେ ପ୍ରଭା ।

ଉତ୍ତରେ ହିମାଦ୍ରୀ  ପଶ୍ଚିମରେ ଘାଟ

ଦକ୍ଷିଣେ ପର୍ବତ ଶ୍ରେଣୀ

ଏହି ଶିଖର ଯେ ନିତି ଝାଡୁ ଥାଏ

ଜୀବନ କାହାଣୀ ମୁଣି ।

ଅଚାନକ ଆସେ ଭୂଭାଗେ ଝଟକା

ଧକ୍କା ଲାଗେ ଭୂଖଣ୍ଡ

କିଏ ଉଚ୍ଚେ ଯାଏ ଗରବେ ଉପରେ

କିିଏ ଜଳ ରାଶି ଗଣ୍ଡ ।

ଉଚ୍ଚ ଭୂଖଣ୍ଡ ପାଲଟେ ପର୍ବତ

ଅବନୀରେ ପାଦ ଥାପି

ଅଟଳ ପରାଣ ପରାଏ ଥାଏ ସେ

କ୍ରୋଶ ପରିମାଣ ବ୍ୟାପି ।

କେତେ ସଂଜୀବନୀ ଆନନ୍ଦିିତ ମନେ

ତାହାରି କୋଳରେ ଜନ୍ମ

ଗୁୁମ୍ପା ଗହ୍ୱରରେ ତପସ୍ୟା ସାଧନେ

ମୁୁୁୁନିଏଁ ଅର୍ଜନ୍ତି ପୁଣ୍ୟ ।

ଦେବ ବାସସ୍ଥଳୀ ପର୍ବତ ଶିିିିଖରେ

ପୁୁୁଣି କେତେ ଦେବୀ ପିଠ

ଆକର୍ଷଣେ ପଡ଼ି ବହୁ ଦୂରୁ ଶୁଭେ

ଭକ୍ତ ମୁଖୁ ମନ୍ତ୍ର ପାଠ ।

ସବୁଜ ବନାନୀ ସୃଷ୍ଟି କରୁ ଥାଏ

ତାକୁ ଭିଡି ବନ୍ଧ ବାଡ

ପୁଣି ସାତ ସିନ୍ଧୁ ମନ୍ଥନ ହୋଇଲା

ମହେନ୍ଦ୍ର ଗିରି ଯେ ଦୃଢ଼ ।

ଦେଶ ସୀମାରକ୍ଷୀ ପହରୀ ସାଜି ସେ

ଜାଗ୍ରତ ଯେ ଦିବା ରାତ

ମନୁଷ୍ୟ ହେଉ ବା ଦେବ‌‌‌ ଦୁଲ୍ଲଭରେ

ପର୍ବତ ସର୍ବଦା ମିତ ।



Rate this content
Log in

Similar oriya poem from Drama